କପିଳାସ ପୀଠରେ ମହା ଶିବରାତ୍ରି ଓ ଜାଗର ପର୍ବ ପାଇଁ ପୂଜାବିଧି ନିର୍ଘଣ୍ଟ !

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଅଧିନ ପ୍ରସିଦ୍ଧ କପିଳାସ ପୀଠ ରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କର୧୮ତାରିଖରେ ଅନୁଷ୍ଠିତ ମହାଶିବରାତ୍ରି ଓ ଜାଗର ପର୍ବ ପାଳନ ନିମନ୍ତେ ଜିଲ୍ଲା ଦେବୋତର ବିଭାଗ ପକ୍ଷରୁ ପୂଜା ନୀତି କାର୍ଯ୍ୟ ନିର୍ଘଣ୍ଟ ସମୟ ମଧ୍ୟରେ ହେବାକୁ ସ୍ଥିରୀକୃତ ହୋଇଯାଇଛି ।

ଠାକୁରଙ୍କ ଉକ୍ତ ଦିନ ପ୍ରାତ ସମୟ ଠାରୁ ପ୍ରତିଦିନ ପରି ସମସ୍ତ ନୀତି କାନ୍ତି କାର୍ଯ୍ୟ ସମ୍ପୂର୍ଣ ପରେ ସନ୍ଧ୍ୟା ସମୟରେ ଠାକୁରଙ୍କର ଜାଗର ପର୍ବ ପୂଜା ବିଧି ଆରମ୍ଭ ହେବ । ପୂଜା ପଣ୍ଡା ଙ୍କ ଦ୍ୱାରା ସାନ୍ଧ୍ୟ ଧୂପ ଆଳତି ପରେ୭ଟା ସମୟରୁ ୮,୩୦ମଧ୍ୟରେ ଠାକୁରଙ୍କର୪ପୂଜା ଅନୁଷ୍ଠିତ ହେବ । ଏହାପରେ ରାତ୍ରି୮,୩୦ଠାରୁ୧୦ଟା ମଧ୍ୟରେ ପୀଠ ପୁରୋଧା ଙ୍କ ଦ୍ୱାରା୪ପୂଜା କର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେହିପରି ରାତ୍ରି୧୦ଟା ଠାରୁ୧ଟା ମଧ୍ୟରେ ରାଜପୁରୋଧା ପଞ୍ଚାନନ ମିଶ୍ର ଙ୍କ ଦ୍ୱାରା ପ୍ରଥମେ ଠାକୁରଙ୍କ ବରଣ କାର୍ଯ୍ୟ ସମ୍ପନ୍ନ ଓ ପୁରୋଧା ଙ୍କ ଦ୍ୱାରା ୪ପୁଜା ସମ୍ପନ୍ନ । ଏହାପରେ ପ୍ରଥମ ରାଜଦର୍ଶନ କାର୍ଯ୍ୟ ଅନୁଷ୍ଠିତ ହେବା । ରାତ୍ରି ୧ଘଣ୍ଟିକା ଠାରୁ ୨:୩୦ ମଧ୍ୟରେ ରାଜପୁରୋଧା ଙ୍କ ଦ୍ୱାରା ୪ପୂଜା ସମ୍ପନ୍ନ ଏହାପରେ ରାତ୍ରୀ୩ଟା ସମୟ ମଧ୍ୟରେ ରାଜପୁରୋଧା ଓ ସମସ୍ତ ପୂଜକ ଙ୍କ ଦ୍ୱାରା ମିଳିତ ଭାବରେ ଠାକୁରଙ୍କର ମହା ରୁଦ୍ରଭିଷେକ କାର୍ଯ୍ୟ ସମ୍ପନ୍ନ ହେବ । ସେହିପରି ରାତ୍ର ୩ ଠାରୁ ୩:୫୦ ମଧ୍ୟରେ ଠାକୁରଙ୍କର ମହାସ୍ନାନ ଓ ନାଗଭରଣ ବେଶ ଏବଂ ପଞ୍ଚବକ୍ର ପୂଜା ରାଜପୁରୋଧା ଙ୍କ ଦ୍ୱାରା ସମ୍ପନ୍ନ ହେବ । ଏହାପରେ ରାଜା ସାହେବ ଙ୍କ ଦ୍ୱାରା ନାଗଭରଣ ବେଶ ଦର୍ଶନ ଓ ସେବା କାର୍ଯ୍ୟ ସମ୍ପାଦନ ହେବା ରାତ୍ରି, ୩:୫୫ ସମୟରେ ପୁଜା ପଣ୍ଡା ଙ୍କ ଦ୍ୱାରା ବେଢା ପୂଜା ବେଢା ପରିକ୍ରମା ଓ ୪ଟା ସମୟରେ ପାଳିଆ ପୂଜକଙ୍କ ଦ୍ୱାରା ମହାଦୀପ ଉୟ ଉଠାନ କାର୍ଯ୍ୟ ସମ୍ପାଦନ ହେବା ପୁଜା ପଣ୍ଡା ଙ୍କ ଦ୍ୱାରା୪:୨୫ମିନିଟରେ ହରିହର ଭେଟ କାର୍ଯ୍ୟ ସମ୍ପନ୍ନ ହେବ ।

ରାତ୍ର୪:୩୦ ଠାରୁ ୪:୪୦ ମଧ୍ୟରେ ପୂଜା ପଣ୍ଡା ଙ୍କ ଦ୍ୱାରା ଠାକୁରଙ୍କର ନିତ୍ୟଧୂପ ଓ ପହଡ଼ କାର୍ଯ୍ୟ ଅନୁଷ୍ଠିତ ହେବ । ରାତ୍ର ୪:୫୦ ମିନିଟରେ ଠାକୁରଙ୍କର ଯୋଗନିଦ୍ରା ଭଙ୍ଗ ୫: ୫୦ ମିନିଟରେ ଯୋଗୀମାନଙ୍କ ଦ୍ୱାରା ଠାକୁରଙ୍କର ଯୋଗିବେଶ ଅନୁଷ୍ଠିତ ହେବ । ସକାଳ ୫:୫ମିନିଟରେ ପୂଜକ ମାନଙ୍କ ଦ୍ୱାରା ମନ୍ଦିର ସଫେଇ ଓ ଠାକୁରଙ୍କର ମାଘ ସ୍ନାନ ପରେ ଠାକୁରଙ୍କର ଜୟମଙ୍ଗଲ ଆରାତ୍ରୀକ ତଥା ଅନ୍ୟାନ୍ୟ ନିତ୍ୟ ଧୁପାଦି କାର୍ଯ୍ୟ ଯଥା ବିଧି ପାଳନ କରାଯିବ ବୋଲି ସ୍ଥିରୀକୃତ ହୋଇଛି ।

Leave A Reply

Your email address will not be published.

4 + 14 =