ପୁଷ୍ପ ପ୍ରଦର୍ଶନୀ ତଥା ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ସହରର ସୂର୍ଯ୍ୟ ହୋଟେଲ ସାମ୍ନାସ୍ଥିତ ସୂର୍ଯ୍ୟ କନଭେନସନ୍ ପରିସରରେ ସୂର୍ଯ୍ୟ ଗ୍ରୁପ ଓ ପୁଷ୍ପ ପ୍ରଦର୍ଶନୀ ପରିଚାଳନା କମିଟି ପକ୍ଷରୁ ଏକ ପୁଷ୍ପ ପ୍ରଦର୍ଶନୀ ତଥା ପ୍ରତିଯୋଗିତା କମିଟିର ଆବାହକ ସୌମେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପୁଷ୍ପ ରଙ୍ଗୋଲି, ସଂଗୀତ, ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ପରେ ବନସାଇ, ପୋଟେଡ଼ ପ୍ଲାଣ୍ଟସ୍‌, ହ୍ୟାଙ୍ଗିଙ୍ଗ ପ୍ଲାଣ୍ଟସ୍‌, ମେଡିସିନାଲ ପ୍ଲାଣ୍ଟସ୍ ବିଭାଗ ସହ ଗ୍ରୁପ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଶିବସାଇ ମହାପାତ୍ର, ଅଭିଜିତ ବାନାର୍ଜୀ, ତ୍ରିଦେବ ଜୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ନବୀନ ନାରାୟଣ ଦାସ, ଅବସରପ୍ରାପ୍ତ ମତ୍ସ୍‌ଯ ବିଭାଗର ଉପ ନିର୍ଦ୍ଦେଶକ ଦିଲୀପ କୁମାର ପଟ୍ଟନାୟକ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଭଳି ପୁଷ୍ପ ପ୍ରଦର୍ଶନୀ ନିମନ୍ତେ ସହର ବାସୀ ପରିଭ୍ରମଣରେ ଆସି ପରିଚାଳନା କମିଟି ଓ ସୂର୍ଯ୍ୟ ଗ୍ରୁପକୁ ପ୍ରସଂଶା କରିବା ସହ ସେଲ୍ଫି ଉଠାଇ ଥିଲେ ।ଏହି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ତଥା ଶାସ୍ତ୍ରୀୟ ସଂଗୀତ ସନ୍ଧ୍ୟାରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି ସନ୍ଧ୍ୟାରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ଜେପି କମ୍ବାଇନର ନିର୍ଦେଶିକା ଜ୍ୟୋସ୍ନା ପଟ୍ଟନାୟକ, ଶୋଭରାଣୀ ପଟ୍ଟନାୟକ, ସମାଜସେବୀ ବିପିନ ପଟ୍ଟନାୟକ, କ୍ରୀଡ଼ାବିତ୍ ଗିରିଜା ମହାନ୍ତି, ମାନବ ସମ୍ବଳ ବିଶେଷଜ୍ଞ ଯସୱନ୍ତ ପାଢ଼ୀ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ପରେ ପରେ ଓଡ଼ିଶାର ପ୍ରତିଷ୍ଠିତ ବଂଶୀ ବାଦକ ଡ଼. ନିଗମା ନନ୍ଦ ସାହୁ ଓ ସାଥୀଙ୍କ ଦ୍ୱାରା ଶାସ୍ତ୍ରୀୟ ସଂଗୀତ ପରିବେଷଣ ହୋଇଥିଲା ଏଥିରେ ସମସ୍ତ ଉପସ୍ଥିତ ସହରବାସୀ ଆନନ୍ଦ ଲାଭ କରିଥିଲେ, ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ଇଂ ସୌମ୍ୟବ୍ରତ ସାହୁ ପରିଚାଳନ କରିଥିବା ବେଳେ ସଦସ୍ୟ ବିଦ୍ୟାଧର ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ରୋଟାରିଆନ୍ ରାଜକିଶୋର ବେହେରା, ପ୍ରକାଶ କୁମାର ମହାନ୍ତି ଏବଂ ଗୁରୁଦେବଜୀ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ପ୍ରୀତିସ୍ୱରୂପା ଦାଶ, ଜ୍ୟୋତିରମୟୀ ସାମଲ, ରୋଜାଲୀନ ସାହୁ, ସୁଶ୍ରୀ ସିବାନୀ ସାମଲ, ଆଶୁତୋଷ ପାଢ଼ୀ, କାହ୍ନାଜୀ ମହାରଣା, ରବୀନ୍ଦ୍ର ପରିଡ଼ା, ଇନ୍ଦ୍ରଜିତ ସାହୁ ଓ ସୂର୍ଯ୍ୟ ହୋଟେଲ ଓ ମଣ୍ଡପର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − 5 =