ସହର ମଧ୍ଯରେ ଦିନ ଦିପହରେ ମହିଳା ଲୁଟର ଶିକାର !

ଢ଼େଙ୍କାନାଳ: ପୂର୍ବାହ୍ନ ୧୨ଟା ସମୟ ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ବଜାର ବ୍ରାଞ୍ଚ ରୁ ଏକ ଲକ୍ଷ ଟଙ୍କା ଉଠେଇ ନିଜ ଘରକୁ ଗଲାବେଳେ ଆନନ୍ଦ ବଜାର କାମନା ମନ୍ଦିର ନିକଟରେ ମହିଳା ଲୁଟେରାଙ୍କ ଦ୍ବାରା ଲୁଟର ଶିକାର ହୋଇଛନ୍ତି ।

ସୂଚନା ମୁତାବକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦାମୋଦରନାଳି ଗ୍ରାମ ର ସୁନନ୍ଦା ରାଉତ ନିଜ ଏକାଉଣ୍ଟ ରୁ ଏକ ଲକ୍ଷ ଟଙ୍କା ଉଠେଇ ସ୍ୱାମୀ ହେମନ୍ତ କୁମାର ରାଉତ ଙ୍କ ସହ ସ୍କୁଟି ରେ ଫେରୁଥିଲା ବେଳେ ସେମାନଙ୍କୁ ବ୍ୟାଙ୍କ ଭିତରୁ ଅନୁଧ୍ୟାନ କରି ଆନନ୍ଦ ବଜାର ଠାରେ ଉକ୍ତ ଟଙ୍କା କୁ ଦୁର୍ବୁତ୍ତମାନେ ଏକ ବାଇକ ରେ ଆସି ଝାମ୍ପି ନେଇଛନ୍ତି । ଖବର ପାଇ ଢେଙ୍କାନାଳ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସଦଳ ବଳେ ଆସି ବ୍ୟାଙ୍କ ର ସିସିଟିଭି ଫୁଟେଜ ଚେକ କରି ଅପରାଧୀ ମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରିରଖିଛନ୍ତି ।

ଲୁଟ ର ଶିକାର ହୋଇଥିବା ମହିଳା ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ପ୍ରକାଶ ରାଉତ ଙ୍କ ସମ୍ପର୍କୀୟ । ଉକ୍ତ ଘଟଣା କୁ ଢେଙ୍କାନାଳ ସହର ବାସୀ ଦୃଢ଼ ନିନ୍ଦା କରିବା ସହ ଅପରାଧୀ ମାନଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ ରଖିଛନ୍ତି ।

Leave A Reply

Your email address will not be published.

one × three =