ଦୁଇଖାତ ବିଶିଷ୍ଟ ଶୌଚାଳୟ ନିମନ୍ତେ ସଚେତନତା !

ଢେଙ୍କାନାଳ : ଗଁଦିଆ ବ୍ଲକ୍ ସଭାଗୃହ ଠାରେ ଫିନିସ୍ ସୋସାଇଟ୍ ଦ୍ୱାରା ଏକଦୀବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ, ଗଁଦିଆ ବ୍ଲକ୍‌ର ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ, ଜିଲ୍ଲା ଜଳ ଓ ପରିମଳ ମିଶନର ପରାମର୍ଶଦାତା ସ୍ମୃତିରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ଫିନିସ୍ ସୋସାଇଟିର ମାଷ୍ଟର ତାଲିମ୍‌ ଦାତା ଶିବ ଶର୍ମା, ପ୍ରକଳ୍ପ ସଂଯୋଜକ ସୁକାନ୍ତ ଉପାଧ୍ୟାୟ ତାଲିମ୍ ଦେଇଥିଲେ । ୨୯ ପଂଚାୟତର ସରପଞ୍ଚ , ପଞ୍ଚାୟତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକ ଏବଂ ଜି.ଆରଏସ୍‌. ପ୍ରଭୃତି ତାଲିମ୍ ନେଇଥିଲେ । ଫିନିସ୍ ସୋସାଇଟିର ଢେଙ୍କାନାଳ ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ପାଣି, ଭଦ୍ରକ ଜିଲ୍ଲା ସଂଯୋଜକ ବସନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି ଶିବିରର ଉଦ୍ଦେଶ୍ୟ ସଂପର୍କରେ ସମସ୍ତ ଅତିଥିମାନେ ଆଲୋଚନା କରିବା ସହ ସମସ୍ତେ ପାଇଖାନାର ଖାତକୁ ଦୁଇଖାତ ବିଶିଷ୍ଟ କରିବା ପାଇଁ ଅନୁରୋଧ କରିଥିଲେ । ୟୁନିସେଫ୍‌, ଫିନିସ୍ ସୋସାଇଟି, ଜିଲ୍ଲା ଜଳ ପରିମଳ ମିଶନର ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ହୋଇଥିଲା । ଆଗାମୀ ଦିନରେ ଖୁବ୍ ଶୀଘ୍ର ସମସ୍ତ ବ୍ଲକ୍‌ରେ ଏହି ଏକଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଚାଲୁ ରହିବ ।

Leave A Reply

Your email address will not be published.

17 + 4 =