କଳାବ୍ୟାଜ୍ ପିନ୍ଧି ଢେଙ୍କାନାଳ ଆରବିଏସ୍‌କେ ଆୟୁଷ୍ ଡାକ୍ତରଙ୍କ ଧାରଣା !

ଢେଙ୍କାନାଳ : ଜିଲ୍ଲାର ସମସ୍ତ ୩୧ଜଣ ଆର୍ରବିଏସକେ ଆୟୁଷ୍ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଗତ ୧୧ ତାରିଖରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରତ ଅଛନ୍ତି ।

ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଡାକ୍ତରମାନେ ଓଡିଶାର ସମସ୍ତ ଜୋନ୍‌ରୁ ୧୮ ବର୍ଷ ବୟସର ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ଚିହ୍ନଟ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛୁ । ବିଭିନ୍ନ ଦୈବୀ ଦୁର୍ବିପାକ, ମହାମାରୀ ତଥା କୌଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାହ୍‌କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇବାକୁ ପଛାଇ ନାହାଁନ୍ତି । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଯାହାକି କରୋନା ମହାମାରୀ ସଂକ୍ରମଣ ସମୟର କଥା ।

ବାରମ୍ବାର ନିବେଦନ କରିବା ସତ୍ୱେ ମଧ୍ୟ ମାନ୍ୟବର ଓଡିଶା ସରକାର ସେମାନଙ୍କର ଅନୁରୋଧ ତଥା ନାର୍ଯ୍ୟ ଦାବୀ ପ୍ରତି କେବେ କର୍ଣ୍ଣପାତ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଯଦି ଚଳିତ ଫେବୃଆରୀ ମାସ ୧୫ ତାରିଖ ମଧ୍ୟରାତ୍ର ସୁଦ୍ଧା ମାନ୍ୟବର ଓଡିଶା ସରକାର ଆମର ଦାବୀ ପୂରଣ ସମ୍ବନ୍ଧରେ କିଛି ସକାରାତ୍ମକ ପଦକ୍ଷେପ ନନେଲେ ତେବେ ସେମାନେ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଠିକା ପ୍ରଥାରେ କାର୍ଯ୍ୟରତ ଓଡିଶାର ୧୨୭୨ ଆବିଏସ୍‌କେ ଆୟୁଷ ଡାକ୍ତର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦୈନନ୍ଦିନ କାର୍ଯ୍ୟରେ ଶାନ୍ତିପୂର୍ଣ୍ଣ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏସବୁ ସତ୍ୱେ ଯଦି ଓଡିଶା ସରକାର ଚଳିତ ମାସ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ସେମାନଙ୍କର ଦାବୀ ପୁରଣ ସମ୍ବନ୍ଧରେ କଛି ପଦକ୍ଷେପ ନନିଅନ୍ତି ତେବେ ଚଳିତ ମାସ ୨୦ ତାରିଖରୁ ସମସ୍ତ ୧୨୭୨ ଆରବିଏସ୍‌କ ଆୟୁଷ ଡାକ୍ତର ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଭୁବନେଶ୍ୱର ଲୋୟର ପି.ଏମ୍‌.ଜି. ଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବାକୁ ବାଧ୍ୟ ହେବୁ ।

ଅଦ୍ୟ ବିଶ୍ୱ ହୃଦ୍‌ରୋଗ ସଚେତନତା ଦିବସ ଅବସରରେ ଡା. ଓମ୍ ପ୍ରକାଶ ବରାଳ, ଡା. ବିଜୟ ସାହୁ, ଡା. ବିଜୟ ସାମଲ, ଡା. ମନୋରଞ୍ଜନ ପାଢୀ, ଡା. ଅରବିନ୍ଦ ଶତପଥୀ, ଡା. ଅଜିତ୍ ସାହୁ, ଡା. ଦେବଜାନୀ ମାନସିଂହ, ଡା. ନିବେଦିତା, ଡା. ଶକ୍ତିଶୁଧା, ଡା. ଦେବେଶ୍ୱରୀ ପ୍ରମୁଖ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଥିଲେ ।

Leave A Reply

Your email address will not be published.

eight + 9 =