ସତ୍ୟରଞ୍ଜନ ସ୍ପୋର୍ଟ୍‌ସ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଓଡାପଡା ବ୍ଲକ୍ ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମ ପଂଚାୟତ ସ୍କୁଲ୍ ପଡିଆ ଠାରେ ସତ୍ୟରଞ୍ଜନ ସ୍ପୋର୍ଟସ୍ ଏକାଡେମୀର ୨ୟ ବାର୍ଷିକୋତ୍ସବ ପାଳନ ହୋଇଯାଇଅଛି ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ନଳିନୀ କୁମାର ଦାସ ଯୋଗଦେଇ କହିଥିଲେ ଯେ, ଖେଳ ମାଧ୍ୟମରେ ନିଜକୁ ସୁସ୍ଥ ରଖିବା ସହ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରିଥାଏ । ମୁଖ୍ୟବକ୍ତା ଭାବେ ଜିଲ୍ଲାର କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଯୋଗଦେଇ ଖେଳାଳୀମାନଙ୍କର ଭବିଷ୍ୟତ ଉଜ୍ୱଳ କାମନା କରିବାସହ ଜିଲ୍ଲା ଏବଂ ଦେଶର ନାମକୁ କିପରି ଗର୍ବିତ କରାଯାଏ ବକ୍ତବ୍ୟ ରଖିଥିଲେ ଏବଂ ପ୍ରଶାସନିକ ଦୃଷ୍ଟିରୁ ଯାହା ସାହାଯ୍ୟ ଦର୍କାର ଚେଷ୍ଟା କରିବେ ବୋଲି ଉପସ୍ଥାପନ କରିଥିଲେ ।

ସମ୍ମାନନୀୟ ଅତିଥି ଭାବେ ଗ୍ରାମର ସରପଞ୍ଚ ଅଶୋକ କୁମାର ମୁଦୁଲି, ଢେଙ୍କାନାଳ ଲ’ କଲେଜ୍ ସଭାପତି ମାନସ ରଞ୍ଜନ ହୋତା, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଶରତ କୁମାର ରାଉତ, ଓପିଏସ୍ କଲେଜ୍ ଖେଳ ଶିକ୍ଷକ ନିର୍ମଳ ଚନ୍ଦ୍ର ପୃଷ୍ଟି ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବରେ ଏକାଡେମୀ ତରଫରୁ ସିନିୟର ଖେଳାଳୀ ତଥା ପର୍ଶୁରାମ ମିଶ୍ର, ବାବୁଲି ମହାନ୍ତି, ଦୁର୍ଗାଚରଣ ସାହୁ, ବ୍ରଜବନ୍ଧୁ ସାହୁ ଏବଂ ହକି କୋଚ୍ ଫ୍ଲୋରେସିଆ ଏକାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏକାଡେମିର ସଭାପତି ସତ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ହୋଇଥିବା ସହ ଏକାଡେମୀର ସଂପାଦକ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ଜାତୀୟ ସ୍ତରର ଖେଳାଳୀ ଅଚ୍ୟୁତାନନ୍ଦ ସାହୁ ସଭା ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ନେସ୍‌ନାଲ୍ ଖୋ-ଖୋ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ ଏବଂ ପୁରସ୍କାର ବିତରଣ କରାଯାଇଥିଲା ।

ଏକାଡେମୀର ଆଡଭାଇଜର, ଅଶୋକ କୁମାର ସ୍ୱାଇଁ, ବିଚିତ୍ରାନନ୍ଦ ସାହୁ, ଅଚ୍ୟୁତା ସାହୁ, ସୁଶାନ୍ତ ପାଣିଗ୍ରାହୀ, ଚିତରଞ୍ଜନ ବେହେରା, ସସ୍ମିତା ସ୍ୱାଇଁ, ନର୍ମଦା ମହାପାତ୍ର, ପଦି ଦଳେଇ, ସରିତା ବିଶ୍ୱାଳ, ବିମଳା ସାହୁ, ସଦସ୍ୟ ଶେଷଦେବ ନାଏକ, ସନ୍ଦୀପ ସାହୁ, ଆଶୁତୋଷ ସାହୁ, ସୌମ୍ୟରଞ୍ଜନ ବାରିକ, ଗୁଲସନ୍ ଓଝା, ଦୀପକ ବେହେରା, ଅନିଲ୍ ସାହୁ, ବୁଲୁ ଦଳେଇ, ମନୋଜ ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.

6 + thirteen =