ଢେଙ୍କାନାଳ : କୁଞ୍ଜକାନ୍ତ ସୁରପ୍ରତାପ ସ୍ମୃତିପୀଠ ଠାରେ ୩୬ତମ ଭାଗବତ ପାରାୟଣର ପୂର୍ଣ୍ଣାହୁତୀ ସମାରୋହ ଅଦ୍ୟ ଅପରାହ୍ନ ୩ ଘଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ନ ୬ ଘଟିକା ସମୟରେ ସମାପ୍ତ ହୋଇଅଛି ।
ଉକ୍ତ ପୂର୍ଣ୍ଣହୁତି ସମାରୋହରେ ମୁଖ୍ୟ ପୂଜକ ଗଗନ ବିହାରୀ ଶତପତୀ ତଥା ସାଥି ପୂଜକ ଗଣେଶ୍ୱର ଶତପଥି, ଅମୀୟ ତ୍ରିପାଠୀ, ବ୍ୟାସ ପ୍ରଦୀପ କୁମାର ନନ୍ଦ, ଉପବ୍ୟାସ ସରୋଜ ଶତପଥୀ, କର୍ତା ନବକିଶୋର ବିଶ୍ୱାଳଙ୍କ ଦ୍ୱାରା ସମାପନ ହୋଇଅଛି । ଉକ୍ତ ସମାରୋହ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇ ସାତଦିନ ବ୍ୟାପୀ ପୂଜାବିଧି ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପ୍ରାତଃ କାଳରେ ସୂର୍ଯ୍ୟପୂଜା, ଭାଗବତ ପଠନ ଓ ସଂଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହେଉଥିଲା ।
ସଭାପତି ନବକିଶୋର ବିଶ୍ୱାଳ, ଉପସଭାପତି ଶରତ କୁମାର ଦାସ, ସମ୍ପାଦକ ସର୍ବେଶ୍ୱର ବିଶ୍ୱାଳ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ରଣା, ଉମେଶ କୁମାର ମିଶ୍ର ତଥା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ କ୍ରମେ ସୂଚାରୁ ରୂପେ ପରିଚାଳିତ ହୋଇଥିଲା ।