ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ : ହିନ୍ଦୋଳ ବ୍ଳକ୍ ଖଲିବୋରେଇ ପଞ୍ଚାୟତ ଅଧିନସ୍ଥ ଗୋବିନ୍ଦପୁର ଗ୍ରାମର ପୁଷ୍ପଲତା ପ୍ରଧାନ। ପୁଷ୍ପଲତା ଙ୍କ ସ୍ୱାମୀ ସ୍ବର୍ଗତ କାଶୀନାଥ ସାମଲ ମୃତ୍ୟୁ ବରଣ କରିବାର ପ୍ରାୟ ଦେଢ଼ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ପୁଷ୍ପଲତା ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭତ୍ତା ଟିଏ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ପୁଷ୍ପଲତା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ କିଛି ନ ଜାଣିବା ଭଳି ପ୍ରତିକ୍ରିୟା ଦେଲେ।

ଯଦି ଏଠି ପ୍ରକୃତ ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ତେବେ ଏ ଭେଳିକି ଭେଳି ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଡିଆରେ ଏ ଖବର ପ୍ରକାଶ ପାଇବା ପରେ ସରକାର ଓ ପ୍ରଶାସନର ଏଥିପ୍ରତି କେବେ ଦୃଷ୍ଟି ପଡ଼ିବ ଏବଂ କେବେ ପୁଷ୍ପଲତା ଭତ୍ତା ଟିଏ ପାଇବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

1 + twelve =