ହିନ୍ଦୋଳ ପୋଲିସର ଚୋରା ବନ୍ଧୁକ ନିର୍ମାଣ କାରଖାନା ଉପରେ ଚଢାଉ : ଅଭିଯୁକ୍ତ ଗିରଫ !

ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ ରଞ୍ଜନ ଜେନା ଓ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ମହାଲୁଣ୍ଡା ଗ୍ରାମରେ ଚଢ଼ାଉ କରି ଚୋରା ବନ୍ଧୁକ ନିର୍ମାଣ ଧାରୀଙ୍କୁ ଗିରଫ କରିବା ସହ ବେଆଇନ ଚୋରା ବନ୍ଧୁକ ତିଆରି କାରଖାନାକୁ ଠାବ କରି ବନ୍ଧୁକ ତିଆରି ସରଞ୍ଜାମ , ଗୁଳି , ବକ୍ଷରଦ, ପଟା, ପାଇପ, କଟର ମେସିନ, ହାମର ଓ ସମସ୍ତ ଯନ୍ତ୍ରାଂଶ ସହ ଚୋରା ବନ୍ଧୁକ ଇତ୍ୟାଦି ଜବତ କରିଥିଲେ ।

ଗିରଫ ଅଭିଯୁକ୍ତ ଜଣକ ହେଲେ ମହାଲୁଣ୍ଡା ଅଞ୍ଚଳର ବିଶୁ ମହାରଣା । ଗିରଫ କରିଥିବା ଅଭିଯୁକ୍ତ ଜଣକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ହିନ୍ଦୋଳ ପୋଲିସ ଦେଇଛି । ଏଠାରେ ପ୍ରଶ୍ନ ଉଠେ ଏହି ଚୋରା ବନ୍ଧୁକ କାରବାରର ମୁଖ୍ୟ କାରପେଟଦାର କିଏ , ଏଥିରେ ଆଉ କିଏ କିଏ ସମ୍ପୃକ୍ତ, ଏହି ଚୋରା ବନ୍ଧୁକ କାରବାର ପାଇଁ ବଡ଼ ବଡ଼ ଅପରାଧ ଘଟିବାର ମଧ୍ୟ ସମ୍ଭାବନା ରହୁଛି ।

ଏଣୁ ସେସବୁ ଲୋକଲୋଚନକୁ ଆସିବା ଦରକାର ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି । ହିନ୍ଦୋଳ ଏସ. ଡି .ପି. ଓ . ଦୀପକ ରଞ୍ଜନ ଜେନା ପ୍ରକାଶ କରିଛନ୍ତି ଯେ ଏବେ ଗୋଟିଏ ସଫଳତା ଆମେ ପାଇଛୁ ଆଗାମୀ ଦିନରେ ତପ୍ତରତା ସହିତ କାର୍ଯ୍ୟ କରି ଆହୁରି ସଫଳତା ହାସଲ କରିବା ପାଇଁ ଚେଷ୍ଟା କରିବୁ । ହିନ୍ଦୋଳ ପୋଲିସର ଏହି ସଫଳତାକୁ ଓଡିଶା ପୋଲିସ ବିଭାଗ ଓ ଢେଙ୍କାନାଳ ଏସପି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

five × five =