ପରଜଙ୍ଗ ; ଯୁବଶକ୍ତି ପକ୍ଷରୁ ସଂରକ୍ଷିତ ଜଙ୍ଗଲ ରେ ପକ୍ଷୀଙ୍କ ପାଇଁ ପାଣି ପିଇବା ର ବ୍ୟବସ୍ଥା !

ଢ଼େଙ୍କାନାଳ : “ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ମହାବିରୋଡ଼ ବନାଞ୍ଚଳର ବାରିହାପୁର ସଂରକ୍ଷିତ ଜଙ୍ଗଲ ରେ ଖରାଦିନ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ସଂରକ୍ଷିତ ଜଙ୍ଗଲ ରେ ପକ୍ଷୀ ଚଢେଇ ମାନଙ୍କ ପାଇଁ ଠେକି ମାଠିଆ ରେ ପାଣି ପିଇବା ର ବ୍ୟବସ୍ଥା କରାଯାଇଥିଲା ।

ଏବେ ଖରା ଦିନ ଓ ଭୀଷଣ ଗରମ ଲାଗି ରହିଥିବା ବେଳେ ନାଳ, ନର୍ଦମା, କୂଅ, ପୁଖରୀ ସବୁ ଶୁଖିଲା ହୋଇ ପଡିଅଛି ଯାହା ଫଳରେ ଚଢେଇ ପକ୍ଷୀ ମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ କିଛି ଚଢେଇ ପକ୍ଷୀ ବନ୍ୟଜନ୍ତୁ ପାଣି ମୁନ୍ଦେ ପାଇଁ ଜଙ୍ଗଲ ଛାଡି ଗାଁ ମୁହାଁ ହେଉ ଅଛନ୍ତି । ଯାହା ଫଳରେ ଶିକାରୀ ଙ୍କ ଦ୍ଵାରା ଦୈନଦୀନ ଶିକାର ହେଉ ଅଛନ୍ତି, ଆସନ୍ତୁ ଆମେ ସମସ୍ତେ ଶପଥ ନେବା ସମସ୍ତ ଜଙ୍ଗଲ ବନାଞ୍ଚଳ ଗୋଡିକ ରେ ଚଢେଇ ପକ୍ଷୀ ମାନଙ୍କ ପିଇବା ପାଣି ପାଇଁ ଠେକି ମାଠିଆ ରେ ବ୍ୟବସ୍ଥା କରିବା ।

ସମସ୍ତ ବନାଞ୍ଚଳ ଗୁଡିକ ରେ ଯଦି ବନ ବିଭାଗ ପକ୍ଷରୁ ଖରା ଦିନ କୁ ଦୃଷ୍ଟି ରେ ରଖି ପାଣି କୁଣ୍ଡ ର ବ୍ୟବସ୍ଥା କରନ୍ତେ ଜଙ୍ଗଲୀ ପକ୍ଷୀ ଚଢେଇ ମାନେ ପାଣି ଟୋପାଏ ଶାନ୍ତି ରେ ପିଇ ପାରନ୍ତେ। ଏହି କାର୍ଯ୍ୟକ୍ରମ ରେ “ଯୁବଶକ୍ତି” ର ଲିଟୁ ମାଝୀ, ସୁଶୀଲ ସାହୁ, ନନ୍ଦ କିଶୋର ପାତ୍ର, ଚିଣ୍ଟୁ ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

3 + 12 =