ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୪୩ ୟୁନିଟ୍ ରକ୍ତ ସଂଗୃହୀତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଯମୁନା କୋଟ୍ ଗ୍ରାମର ନୂତନ କଲ୍ଯାଣ ମଣ୍ଡପ ଠାରେ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l
ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ସରପଞ୍ଚ ରଞ୍ଜନ କୁମାର ବାରିକ୍, ଖୋଲୋଣI ରାଉତ ଯୋଗଦେଇ ଉଦଘାଟନ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ I

ଗ୍ରୀଷ୍ମ ଋତୁରେ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ରହିଥିବାରୁ ଗ୍ରୀଷ୍ମ ଅବକାଶରେ ଶିବିର ଅନୁଷ୍ଠିତ କରିଥିବାରୁ ସତ୍ୟ ସାଇ ସେବା ସଂଗଠନ ସଦସ୍ୟ ମାନଙ୍କୁ ଅତିଥି ବୃନ୍ଦ ଧନ୍ଯବାଦ୍ ଜାଣଇଛନ୍ତି I ଶିବିରର ରେ ମୋଟ୍ ୪୩ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି I ଢେଙ୍କନାଳ ରକ୍ତ ଭଣ୍ଡାରର ଲାବୋରଟୋରୀ ଟେକ୍ନିସିଆନ୍ ପରମା ନନ୍ଦ ପଣ୍ଡା, ଆଟେଣ୍ଡାଣ୍ଟ ଅଜୟକୁମାର ସ୍ଵାଇଁ, ବରୁଣ ସାହୁ, ତପନ ଜେନା, ବିଶ୍ଵଜିତ କର ପ୍ରମୁଖ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ I ସଙ୍ଗଠନ ର ସଦସ୍ୟ ସାନ୍ତାନୁ କୁମାର ବେହେରା, ଶୁଭେନ୍ଦୁ ଜେନା ଓ କୁନା ଜେନା ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ I

Leave A Reply

Your email address will not be published.

one × 3 =