ଆକ୍ସନ ମୁଡ ରେ ଢେଙ୍କାନାଳ ନୂତନ ଏସପି : ବ୍ୟାଙ୍କ ଶାଖାରୁ ଲୁଟ ଘଟଣାରେ ୯ ଜଣଙ୍କୁ ଗିରଫ  !

ଢେଙ୍କାନାଳ : ନୂତନ ଏସପି ଆକ୍ସନ ମୁଡ ରେ । ଏସପିଙ୍କ କାର୍ଯ୍ଯାନୁଷ୍ଠାନ ଅପରାଧିଙ୍କ ପାଇଁ ଏବେ  ଜିରୋ ଟଲରେନ୍ଷ ପରି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ମହାବିରୋଡ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ ଘଟଣାରେ ୯ ଜଣଙ୍କୁ ଗିରଫ କରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଫଳରେ  ମହାବିରୋଡ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଡକାୟତଙ୍କୁ ଧରିଥିବା ବେଳେ ଲୁଟ୍‌ ହୋଇଥିବା ୬ କିଲୋ ୧୨୦ଗ୍ରାମ  ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ।

ସୂଚନାରୁ ପ୍ରକାଶ, ଗତ ୩ ତାରିଖ ଦିନ ଦି’ପହରରେ ମହାବିରୋଡ୍‌ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ହୋଇଥିଲା। ଡକାୟତମାନେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ୫ କେଜି ସୁନା ଓ ୬ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ମାମଲାର ତୁରନ୍ତ ତଦନ୍ତ ପାଇଁ ଢେଙ୍କାନାଳ ଏସ୍‌ପିଙ୍କ ନିର୍ଦ୍ଦେଶ ଦେଇଥିଲେ। ଏନେଇ କାମାକ୍ଷାନଗର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇ ଟିମ୍‌ ପକ୍ଷରୁ  ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ଉ ସମୟରେ ଲୁଟ୍‌ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଏହା ପରେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ବାରେ ସକ୍ଷମ ହୋଇ  ଥିଲା।

Leave A Reply

Your email address will not be published.

two × 2 =