ମହାନତାର ପରିଚୟ ଦେଲେ ଦମ୍ପତି :  ପାଇଥିବା ସୁନାଗହଣା ଫେରେଇଲେ !

ଢେଙ୍କାନାଳ : ଆଜିର ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଶୁଣିଲେ ବହୁତ ଖୁସି ଲାଗୁଚି । ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇକରି ମଧ୍ୟ ମନରେ ଲୋଭ ନରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇ ଆଜି ଉକ୍ତ ଦମ୍ପତି ଗଁଦିଆ ବ୍ଲକରେ ଏକ ଆଦର୍ଶ ହୋଇଯାଇଛନ୍ତି ।

ସୂଚନା ମୁତାବକ ଘଟଣା ଟି ଏପରି ଅଟେ ୫ତାରିଖ ଦିନ ଏକ ମୋଟର ବାଇକରେ ଗଁଦିଆ ଥାନା ଅନ୍ତର୍ଗତ ଷଡଙ୍ଗୀ ଗ୍ରାମର ସୁଜିତ ମହାରଣା ସପତ୍ନୀ ନିଜର ଗ୍ରାମରୁ ଭୁବନ ଅଂଚଳ କୁ ଯାଉଥିଲେ । ତାଙ୍କର ଗାଡ଼ିରେ ଏକ ବ୍ୟାଗ ଥିଲା ସେଥିରେ୨ଲକ୍ଷ ଟଙ୍କାର ସୁନା ଗହଣା ଦୁଇଟି ସୁନା ହାର ଓ ଗୋଟିଏ ଚେନ ଥିଲା । ତାଙ୍କର ଅଜାଣତରେ ଉକ୍ତ ବ୍ୟାଗଟି ମନ୍ଦାର ଠାରେ ଖସି ପଡ଼ିଥିଲା ।

ଉକ୍ତ ବ୍ୟାଗ କୁ ସେହିଗ୍ରାମର ଦିନ ମଜୁରିଆ ଭାବରେ କାମ କରୁଥିବା ଗଗନ ଦେହୁରୀ ଓ ତାର ପତ୍ନୀ ମାଳତୀ ଦେହୁରୀ ରାସ୍ତାରୁ ପାଇ ଉକ୍ତ ବ୍ୟାଗ ହଜିବା ସମ୍ପର୍କରେ ସୁଜିତ ଗଁଦିଆ ଥାନାରେ ଜଣାଇଥିଲେ । ଗଁଦିଆ ଥାନା ଆଇଆଇସି ସତ୍ୟବ୍ରତ ଭୁତିଆ ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ବେଳେ ଉକ୍ତ ଦମ୍ପତି ପାଇଥିବା ସୁନା ଗହଣା ଫେରସ୍ତ ନିମନ୍ତେ ପୋଲିସ କୁ ଯୋଗାଯୋଗ କରିଥିଲେ ।

ଗଁଦିଆ ଥାନା ଅଧିକାରୀ ଙ୍କର ଉପସ୍ଥିତରେ ସୁଜିତ ଙ୍କୁ ତାଙ୍କର ସୁନାଗହଣା ସହିତ ବ୍ୟାଗ ହସ୍ତାନ୍ତର କରାଯାଇଥିଲା । ସେଥିରେ ଗୋଟିଏ ମୋବାଇଲ ସେଟ ଥିଲା ଉକ୍ତ ଦମ୍ପତି ଦିନ ମଜୁରିଆ ହୋଇ ସୁଦ୍ଧା ମନରେ ଲୋଭ ନକରି ଯେପରି ଭାବରେ ନିଜର ସାଧୁତାର ପରିଚୟ ସୃଷ୍ଟି କଲେ ତାହା ଗଁଦିଆ ବ୍ଲକରେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏପରି ମହନୀୟ କାର୍ଯ୍ୟ ପାଇଁ ଗଁଦିଆ ପ୍ରେସ କ୍ଲବ ପକ୍ଷରୁ ଉକ୍ତ ଦମ୍ପତିଙ୍କୁ ସାଧୁବାଦ ଜଣାଯାଇଛି ।

Leave A Reply

Your email address will not be published.

fifteen − 10 =