ଢେଙ୍କାନାଳ : ମଧ୍ୟପ୍ରଦେଶ ଜବଲପୁର ସ୍ଥିତ ରାଣୀତାଲାରେ ଅନୁଷ୍ଠିତ ୫ମ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ପଦକ ଜିତି ଢେଙ୍କାନାଳ ଜିଲ୍ଲାକୁ ଗୌାରବାନ୍ୱିତ କରିଥିବା ୩ ପ୍ରତିଯୋଗୀ ଜିଲ୍ଲାପାଳ ସରୋଜ ସେଠୀ ସମ୍ବର୍ଦ୍ଧିତ କରିଛନ୍ତି ।
ଏ ନେଇ ଜିଲା କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବାଳକ ବର୍ଗ ଖୋଖୋରେ ପଶ୍ଚିମବଙ୍ଗକ ୁହରାଇ ଓଡ଼ିଶା ବ୍ରୋଞ୍ଜ ପଦକ ହାତେଇଥିଲା । ଓଡି଼ଶା ଦଳରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ଗ୍ରାମର ଆଶୁତୋଷ ସାହୁ, ମୁନା ବେହେରା, ସୌମ୍ୟରଞ୍ଜନ ବାରିକ ସାମିଲ ଥିଲେ । ସମ୍ପୃକ୍ତ ପ୍ରତିଯୋଗୀମାନେ ସତ୍ୟରଞ୍ଜନ କ୍ରୀଡ଼ା ଏକାଡେମୀରେ
ପ୍ରଶିକ୍ଷଣ ନେଉଛନ୍ତି ।
ଭବିଷ୍ୟତରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରି ଆହୁରି ପଦକ ଜିତିବା ଲାଗି ଜିଲାପାଳ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ ମହାପାତ୍ର, ଖୋଖୋ କୋଚ୍ ରଞ୍ଜନ ସାହୁ, ସତ୍ୟରଞ୍ଜନ କ୍ରୀଡ଼ା ଏକାଡେମୀ ସଭାପତି ସତ୍ୟବାନ ପାତ୍ର, ଉପଦେଷ୍ଟା ଅଶୋକ ସ୍ୱାଇଁ ,ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ନଳିନୀ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।