କପିଳାସ ଶୈବପୀଠର ଶ୍ରୀଚନ୍ଦ୍ରଶେଖର ଜୀଉ ପ୍ରସିଦ୍ଧ ଜାଗରଯାତ୍ରା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠର ଶ୍ରୀଚନ୍ଦ୍ରଶେଖର ଜୀଉ ଆସନ୍ତା ୧୮ ତାରିଖରେ କପିଳାସ ପୀଠରେ ଆୟୋଜିତ ହେବ ପ୍ରସିଦ୍ଧ ଜାଗରଯାତ୍ରା ।

କରୋନା ଭୟ ନଥିବାରୁ ଦୀର୍ଘ୨ ବର୍ଷ ପରେ ଭକ୍ତ ଓ ଭଗବାନଙ୍କର ମିଳନ ହେବ । ମହାଦେବଙ୍କ ଏହି ବାର୍ଷିକ ଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ମଙ୍ଗଳବାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି, ମନ୍ଦିର ଗର୍ଭଗୃହର ୁପାଣି ଗଳିବା ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଦେବୋତର ବିଭାଗ ଦୁଇଥର ଚିଠିଲେଖି ଅବଗତ କରାଇବା ସତ୍ତ୍ୱେ ଏଏସଆଇ୍ ପକ୍ଷରୁ କୌଣସି ପଦକେ୍‌ଷପ ନିଆଯାଉନାହିଁ । ଏହାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତ ିବିିଧାୟକ ସୁଧୀର କୁମାର ସାମଲ । ସେହିପରି ପାଣି ଗଳି ମନ୍ଦିର ଭିତିଭୂମି ଦୁର୍ବଳ ହୋଇପଡୁଥିବାବେଳେ ଏହା କୌଣସି ମୁହୂର୍ତ୍ତ ରେ ଭୁଶୁଡ଼ି ପଡ଼ିବା ଆଶଙ୍କାକୁ ଅଣଦେଖା କରାଯାଇ ନପାରେ ବୋଲିକହି ସେବାୟତମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ଏଏସଆଇ୍ କତୃପକ୍ଷକ ଡାକି ବୈଠକ କରାଯିବ ।

ଏହା ସତ୍ୱେ ମାନସିକତାରେ ପରିବର୍ତନ ନ ଆଣିଲେ ଏଏସଆଇକୁ ମନ୍ଦିର କମିଟି ସମେତ ଜିଲାବ୍ୟାପୀ ଅସହଯୋଗ କରାଯିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତିା ବୈଠକରେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ , ବିଡିଓ ଆଶିଷ ରଞ୍ଜନ ସାହୁ ଜିଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ସରୋଜ ଦତ, ଉପଜିଲାପାଳ ତଥା ଦେବୋତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ, ଦେବୋତର ନିରୀକ୍ଷକ ପ୍ରଦ୍ୟୁମ୍ନ୍ ତ୍ରିପାଠୀ , ସିଡିଏମ୍‌ଓ ଡା. ଅଶୋକ କୁମାର ଦାଶ, ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ମନୋରଞ୍ଜନ ବିଶ୍ୱାଳ, ଏସ୍‌ଡିପିଓ ସୂର୍ଯ୍ୟମଣିପ୍ରଧାନ, ଗୋଇନ୍ଦା ଡିଏସ୍‌ପିଅରୁଣ କୁମାର ସାହୁ, ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ, ବରିଷ୍ଠ ସେବାୟତ ନିରଞ୍ଜନ ମହାପାତ୍ର, ସେବାୟତ ସଂଘ ସଭାପତି ନିରଞ୍ଜନ ପତି, ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 2 =