ନେହେରୁ ଯୁବକେନ୍ଦ୍ର ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଢ଼େଙ୍କାନାଳ ପକ୍ଷରୁ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ନେହେରୁ ଯୁବକେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୁଲ୍ୟରେ ଢ଼େଙ୍କାନାଳ ସଦର ବ୍ଲକ ବାଲ୍ୟମ୍ବା ଗ୍ରାମରେ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏଥିରେ ଏକ ୬୦ ବର୍ଷର କୂଅ ର ଚାନ୍ଦିନୀ ତିଆରି ହେଲା ।ଓ ଏକ ନଳକୂପର ପୁନରୁଦ୍ଧାର ହେଲା ।ସେହି କୂଅ ଉପରେ ୧୦ ଘର ନିର୍ଭର ଥିଲେ ଓ ସେଥିରେ ଆଗରୁ ଚାନ୍ଦିନୀ ନ ଥିବାରୁ ଅନେକ ଗାଈଗୋରୁ ଓ ଛୋଟ ପିଲା ମଧ୍ୟ ପଡ଼ି ଯାଇଥିଲେ । ନେହେରୁ ଜୁବାକେନ୍ଦ୍ର ଢ଼େଙ୍କାନାଳର ଏହି କାର୍ଯ୍ୟକୁ ଗ୍ରାମର ଲୋକ ପ୍ରଶଂସା କରିବା ସହିତ ଶ୍ରୀ ଅଶୋକ ଦାସ ଓ ଶ୍ରୀ ଶଶାଙ୍କ ଶେଖର ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏଥିରେ ସାମାଜିକ ସାଂସ୍କୃତିକ ବିକାଶ ସଂଘର କର୍ମକର୍ତା ସମାଜସେବୀ ସୌମ୍ୟା ମିଶ୍ର ଓ ବଲ୍ୟମ୍ବା ଗ୍ରାମର ସମାଜସେବୀ ଚନ୍ଦନ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।ସଂଘର ଅନ୍ୟାନ ଲୋକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen − 15 =