ଢେଙ୍କାନାଳ : ହିନ୍ଦୋଳ ବ୍ଲକ ସଞ୍ଜପଡା ଗ୍ରାମର ବୁଦ୍ଧ ନଗର ପ୍ଲେ ଗ୍ରାଉଣ୍ଡରେ ଚାଲିଥିବା ଗୌତମ ବୁଦ୍ଧ ଚ୍ୟାଲେଞ୍ଜ କପ ଉଦଜାପାନ ହୋଇଯାଇଛି ।
ଏହି ମ୍ୟାଚରେ ଉଦଯାପନୀ ମ୍ୟାଚରେ ଜୟ ଭୀମ ଟାଇଗର ଗାଲପଡା ଓ ଫାଇରିଙ୍ଗ ଇଲେଭେନ ଟେଣ୍ଟଲୋଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଫାଇରିଙ୍ଗ ଇଲେଭେନ ଟସ ଜିତି ବ୍ୟାଟିଙ୍ଗ ନେବାର ନିଷ୍ପତି ନେଇଥିଲା ଏବଂ ପନ୍ଦର ଓଭର ଖେଳି ସାତ ଓଇକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲା । ତାର ଜବାବରେ ଜୟ ଭୀମ ଟାଇଗର ପନ୍ଦର ଓଭର ଶେଷକରି ୯ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା । ଜୟ ଭୀମ ଟାଇଗର ୨୮ରନ ପଛରେ ରହି ପରାଜୟ ହୋଇଥିଲା ଓ ଫାଇରିଙ୍ଗ ଇଲେଭେନ କୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇ ପାରିଥିଲା । ଏହି ଶୁଭ ଉଦୁଯାପନୀ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଆମ୍ବେଦକର ସେବାସଂଗଠନ ର ସଭାପତି ଓ ସମାଜସେବୀ କୈଳାଶ ନାଏକ ମହୋଦୟ. ବନରପାଳ ବ୍ଲକ ୨୭ ନମ୍ବର ଜୋନର ଜିଲ୍ଲା ପରିଷଦସଭ୍ୟ ଗୋପାଳ ଚନ୍ଦ୍ର ନାଏକ ମହୋଦୟ , ଗୋବର୍ଧନ ନାଏକ, ଦେବେନ୍ଦ୍ର ନାଏକ ସନ୍ତୋଷ ନାଏକ , ଲୋକେଶ ନାଏକ , ବନଜ ନାଏକ, ଅରବିନ୍ଦ ନାଏକ, ବନମାଳୀ ନାଏକ , କମଳ ନାଏକ ହିନ୍ଦୋଳର ବିଭିନ୍ନ ଆମ୍ୱେଦକର ସଂଗଠନ ର ସଦସ୍ୟ ଅଂଶଗ୍ରହଣ କରି ଗୌତମ ବୁଦ୍ଧ ଓ ବାବାସାହେବ ଆମ୍ବେଦକର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚମ୍ପିୟାନ ଓ ରନର୍ସ ଟିମିକୁ ପୁରସ୍କୃତ କରିଥିଲେ । ମ୍ୟାଚକୁ ପରିଚାଳନା କରିଥିଲେ ସୁନିଲ ସାମଲ ଓ ସୋମ୍ୟରଞ୍ଜନ ନାଥ। ଅରବିନ୍ଦ ନାଏକ ଧାରା ବିବରଣୀ ଦେଇଥିଲେ ।ଗୌତମ ବୁଦ୍ଧ ଚ୍ୟାଲେଞ୍ଜ କପ ର ସଭାପତି ଅନନ୍ତ ନାଏକ ସଭାପରିଚାଳନା କରିଥିଲେ। କ୍ଳବର ସଦସ୍ୟ ହେମନ୍ତ ନାଏକ, ସୁଶାନ୍ତ ନାଏକ , ପ୍ରଶାନ୍ତ ନାଏକ, ରାମ ନାଏକ , ବିକାଶ ନାଏକ, ମିଥୁନ ନାଏକ, ସୁମନ ନାଏକ, ପ୍ରକାଶ ନାଏକ , ସତ୍ୟଜିତ ନାଏକ, ଜିତୁ ନାଏକ, କୃପା ନାଏକ , ଗୋବିନ୍ଦ ନାଏକ, ଅଭୟ ନାଏକ ସମତେ ସମସ୍ତ ସଦସ୍ୟ ଟୁର୍ନାମେଣ୍ଟର ପରିଚାଳନାରେ ସହଯୋଗ କରିଥିଲେ ।