ଢ଼େଙ୍କାନାଳ : ଭୁବନ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଏହି ମହୋତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱର ମନ୍ଦିରରେ ମହୋତ୍ସବ ର ସଫଳତା ନିମନ୍ତେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ବାହାରିଥିଲା । ନଗରପାଳ ସୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରା
ବୁଦ୍ଧେଶ୍ୱର ମନ୍ଦିର ରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ସଂକୀର୍ତନ ମଣ୍ଡଳୀ , କାଉନସିଲରଙ୍କ
ଗହଣରେ ବାହାରି ସହର ପରିକ୍ରମା କରିଥିଲା ଓ ଜନସଚେତନତା ଉଦ୍ଦେଶ୍ୟରେ କାଳୀବଜାର ସ୍ଥିତ ସହିଦ
ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଡିଓ କଲ୍ୟାଣ ସୌରଭ ଦାଶ , ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ଏନଏସି ଉପାଧ୍ୟକ୍ଷା ମାନିନୀ ସାହୁ ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଭାଇଚାରା ସୃଷ୍ଟିକରିଥାଏ ଓ ଜୀବନକୁ ସରସ ସୁନ୍ଦର କରିବା ସହ ନୂଆ ଉତ୍ସାହ ପ୍ରଦାନ କରିଥାଏ ।
ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା , ଗାଁ ମାଟି ଓ ସମାଜ ପାଇଁ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିଥିବା ଏବଂ ସଫଳତାର ଶୀର୍ଷରେ ପହଁଚିଥିବା ପ୍ରତିଭା ମାନଙ୍କୁ
ସମ୍ବର୍ଦ୍ଧନା ଦେଇ ସେମାନଙ୍କୁ ଉତ୍ସାହିତ କରିବା ହେଉଛି ମହୋତ୍ସବ ର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ
କରିଥିଲେ ।
ବିଭିନ୍ନ ବଜାର କମିଟି ତରଫରୁ ବିପୁଳ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ପରେ ମଶାଲ ଶୋଭାଯାତ୍ରା କାମାକ୍ଷାନଗର ଅଭିମୁଖେ ଯାତ୍ରା କରିଥିଲା । ଭୁବନ ଠାରୁ କାମାକ୍ଷାନଗର ୩୫ କିମି ରାସ୍ତାର ବିଭିନ୍ନ ଗ୍ରାମର ଛକ ମାନଙ୍କରେ ମଧ୍ୟ ଲୋକମାନେ ମଶାଲ କୁ ସ୍ୱାଗତ ଜଣାଇଥିଲେ ।