ମହିମା ବିଚାରଧାରା ଓ ମହିମା ଗୋସାଇଁଙ୍କ ବାର୍ତ୍ତା ସମାଜ ପାଇଁ ଜୀବନାଦର୍ଶ – ଧର୍ମନ୍ଦ୍ରେ ପ୍ରଧାନ
ଢ଼େଙ୍କାନାଳ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଧାମରେ ଚାଲୁଥିବା ମାଘ ମେଳାରେ ସାମିଲ ହୋଇ ମହିମା ଗାଦି ଦର୍ଶନ କରିବା ସହ ମହିମା ସାଧୁବୃନ୍ଦଙ୍କ ଆର୍ଶୀବାଦ ନେଇଛନ୍ତି।
ଶ୍ରୀ ପ୍ରଧାନ ପ୍ରଥମେ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ଅଲେଖ ମହିମା ଧାମରେ ଚାଲିଥିବା ମାଘ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ଯୋରନ୍ଦା ମେଳାରେ ସାମିଲ ହୋଇଥିଲେ । ସେ ଗଣମାଧ୍ୟମକୁ ପ୍ରକ୍ରିୟା ଦେଇ କହିଛିନ୍ତି ମହିମା ବିଚାରଧାରା, ମହିମା ର ଗୋସାଇଁଙ୍କ ବାଣୀ, ସନ୍ଥକବି ଭୀମ ରଭାଇ ସାହିତ୍ୟ ମାଧ୍ୟମରେ ଦେଇଥିବା ମୂଲ୍ୟବାନ ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ଏହି ଅନନ୍ୟ ଲୋକ ପରମ୍ପରା ଆମ ସମସ୍ତଙ୍କ ପାଇଁ ଜୀବନ ଆଦର୍ଶ । ସମାଜରର ଭାତୃଭାବକୁ ସୁଦୃଢ କରିବା, ଧର୍ମ ଓ ଆଧ୍ୟାତ୍ମିକ ପଥରର ବିଶ୍ୱାସ କରିବା, ଶୂନ୍ଯ ଭଗବାନଙ୍କ ନିକଟରେ ଶରଣ ପସିବା, ଇଶ୍ୱର ଶକ୍ତିଙ୍କ ପାଖରର ସମର୍ପିତ ରହିବା ଓ ସରଳ ଜୀବନ ଯାପନ ଏହି ପରମ୍ପରା ବିଶ୍ୱକୁ ସର୍ବୋପରି ମାଦର୍ଶନ ଦେଉ ।
ସେ ଆହୁରି କହଛିନ୍ତି ଶୂନ୍ଯ ବାଦର ପୂଣ୍ୟପୀଠ ଏବଂ ଶୂନ୍ଯ ବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମିର ଯୋରନ୍ଦା କୁ ଆସି ସୌଭାଗ୍ଯ ଶାଳୀ ମନେକରୁଛି। ଯୋରନ୍ଦା ମେଳା, ବିଶ୍ୱ କଳ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ଯୋରନ୍ଦା ମେଳାକୁ ଆସି ମହିମା ସ୍ୱାମୀଙ୍କ କରୁଣା ଏବଂ ଉପସ୍ଥିତ ସାଧୁ ବୃନ୍ଦଙ୍କ ଆର୍ଶୀବାଦ ନେଲି। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଅମୂଲ୍ଯ ବାର୍ତ୍ତା ଏବଂ ମହିମା ଧର୍ମ ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ମାମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ସମାଜର ନିଷ୍ପେସିତ, ବଞ୍ଚିତ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ମହିମା ସମାଜର ଆଧ୍ୟାତ୍ମିକ ଦୁନିଆ , ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡି ହେଉଛନ୍ତି । ମାଘ ମେଳା ମାଧ୍ୟମରେ ମହିମା ସମାଜର ମୂଲ୍ୟବାନ ବାର୍ତ୍ତା ଅଧିକ ବ୍ୟାପକ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି।