ଏୟୁସିସି ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମାର୍କଫେଡ ନିର୍ଦ୍ଦେଶକ ହେଲେ !

ଢେଙ୍କାନାଲ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ , ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟବିତ୍ ଅଭିମନ୍ୟୁ ବେହେରା ଓଡଶା ରାଜ୍ୟ ସମବାୟ ବାଣିଜ୍ୟିକ ସଂଘ (ମାର୍କଫେଡ) , ଭୁବନେଶ୍ୱର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।

ଏହି ଘଟଣା ଜଣାପଡିବା ପରେ ସମଗ୍ର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀଯୁକ୍ତ ବେହେରା ପର୍ଜଙ୍ଗ , କଙ୍କଡାହାଡ ଓ ଭୁବନ ବ୍ଲକ କୁ ନେଇ ଗଠିତ ୧୮ ନମ୍ବର ଭୁବନ ଜୋନ ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ପରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁ ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଶ୍ରୀଯୁକ୍ତ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ ଙ୍କ ଯୋଗୁ ତାଙ୍କର ବିଜୟ ହୋଇଛି । ଶ୍ରୀଯୁକ୍ତ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବେ ଦୀର୍ଘ ୨୫ ବର୍ଷ ହେଲା କାମ କରୁଛନ୍ତି ଓ ଏହା ପୂର୍ବରୁ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ରେ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.

4 × one =