ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଲା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୱାଡ଼ ତରଫରୁ ୱାର୍ଡ ସଦସ୍ୟ ଏବଂ ସଦସ୍ୟା ମାନକୁ ନେଇ ରାଜ୍ୟ ଗ୍ରାମ୍ୟ ଉନୟନ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଜିଲ୍ଲା ପରିଷଦ ଢେଙ୍କାନାଳ ର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି ପରିପ୍ରେକ୍ଷୀରେ ୪ଗୋଟି ଗ୍ରାମ ପଚାୟତ ବାରୁଆଁ, ଧଳ ପଡା, କୁନିଦା ମହୁଲପାଳର ୱାଡ଼ ସଭ୍ୟ /ସଭ୍ୟା ମାନେ ଅଂଶଗ୍ରହଣ କରି ସଶକ୍ତ ପଂଚାୟତ ଗଠନ ନିମନ୍ତେ ତାଲିମ ନେଇଥିଲେ l ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ପର୍ଯlୟରେ ୱାଡ଼ ଅନୁଷ୍ଠାନ ର ସମ୍ପାଦିକା ପ୍ରମିଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ତା ଉପରେ ଆଲୋକ ପାତ କରି ତୃଣ ମୂଳ ସ୍ତରରେ ୱାଡ଼ ସଭ୍ୟ, ସଭ୍ୟା ମାନଙ୍କର କର୍ତବ୍ୟ ଓ ଦାଇତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ରାଜ୍ୟ ଗ୍ରାମ୍ୟ ଉନୟନ ପ୍ରତିଷ୍ଠାନ ଦ୍ୱାରା ମନୋନୀତ ସମ୍ବଳ ବ୍ୟକ୍ତି ଭାବେ ଅରୁଣ ମିଶ୍ର ଏବଂ ଶାନ୍ତିଲତା ସାମଲ ତିନି ଦିନ ଧରି ତାଲିମ ପ୍ରଦାନ କରିଥିଲେ l ମଠକରଗୋଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକ ଏବଂ ସମିତି ସଭ୍ୟ ସନ୍ଧ୍ୟାରାଣୀ ନାୟକ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ l ଏହି ଶିବିରକୁ ଅନୁଷ୍ଠାନର କର୍ମୀ ସୁଶାନ୍ତ ବରାଳ ପରିଚାଳନା କରିଥିଲେ l