ଭୁବନ ବାହାଘର ବାଣଫୁଟି ଜଳିଗଲା ୩ ବଖରା ଚାଳ ଘର !

ଢ଼େଙ୍କାନାଳ : ଭୁବନ ଥାନା ଭୁଷଳ ତଳ ସାହିରେ ସନ୍ଧ୍ୟା ସମୟରେ ବାହାଘର ରୋଷଣୀ ବେଳେ ବାଣଫୁଟି ଜଳିଗଲା ୩ ବଖରା ଘର ଓ କଚଡା ଗଦା ପୋଡ଼ି ହୋଇଯାଇଥିବା ଜଣାପଡିଛି ।

ଭୁଷଳ ତଳସାହି ରାସ୍ତାଦେଇ ବରଯାତ୍ରୀ ରୋଷଣୀ ଯାଉଥିବା ସମୟରେ ବାଣ ଫୁଟାଇବାରୁ ଚାଳଛପର ଘରେ ଉପରେ ବାଣ ର ଧାସ ପଡି ଯିବାରୁ ନିଆଁ ଲାଗିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡ ରେ ନଳିନୀ ଖଟୁଆ, ଉତ୍ତର ଖଟୁଆ ଓ ଦଶମ ମାହୁନ୍ତଙ୍କର ଗୋଟିଏ ଲେଖାଏଁ ଘର ପୋଡିବା ସହିତ ଅମଳ ହୋଇଥିବା ଧାନ ପୋଡି ନଷ୍ଟ ହୋଇଛି।

ସେହିପରି ଘର ପାଖରେ ଥିବା କଚଡା ଗଦାରେ ନିଆଁ ଲାଗିଥିବା ବେଳେ ଦଳା ଚକଡାରେ ମଧ୍ୟ ବହୁ କଚଡା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳ ରେ ଭୁବନ ଅଗ୍ନିଶମବାହିନୀ ପହଞ୍ଚି ବହୁ ବିଳମ୍ବରେ ନିଆଁକୁ ଆୟତ କରିଥିଲେ I

Leave A Reply

Your email address will not be published.

one × 1 =