ଓଡାପଡା ; ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ !

ଢେଙ୍କାନାଳ : ଓଡାପଡା ବ୍ଳକ ଇନ୍ଦିପୁର ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୮ ଦିନ ବ୍ୟାପୀ ଅନୁଷ୍ଠିତ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।

ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗଦେଇ ବର୍ତମାନର ସାମାଜିକ ପରିସ୍ଥିତିରେ ଝିଅମାନେ ନିଜକୁ ସୁରକ୍ଷିତ କର ିବାର କୌଶଳ ଶିଖିପାରିଲେ ନିର୍ଭୟରେ ଆଗକୁ ବଢିପାରିବେ ବୋଲି ଛାତ୍ରୀମାନଙ୍କୁ ବୁଝାଇଥିଲେ । ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଉପସ୍ଥିତିରେ ଛାତ୍ରୀମାନେ ୮ ଦିନରେ ଶିଖିଥିବା ଆତ୍ମସୁରକ୍ଷା କୌଶଳକୁ ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଦୁର୍ଗାମାଧବ ପାଣିଗ୍ରାହୀ , ପରିଚାଳନାରେ ସହଯୋଗ କରିଥିବା ଅଧ୍ୟାପକ ଆଶିଷ କୁମାର ପଣ୍ଡା ଓ ସୁଶୀଲ କୁମାର ନାୟକଙ୍କୁ ମହାବିଦ୍ୟାଳୟ ତରଫରୁ କୃତଜ୍ଞତା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦାନ କରିଥିବା ସିନର୍ଜୀ ଇଂଜିନିୟରିଙ୍ଗ କଲେଜ ଛାତ୍ରୀ ଆକ୍ସିମା ପ୍ରିୟଦର୍ଶିନୀଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଶିବିରରେ ଉଭୟ କଳା ଓ ବିଜ୍ଞାନ ବିଭାଗର ୮୧ ଜଣ ଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

one × 2 =