ପୁରୀ  ଦର୍ଶନ ଅନୁଷ୍ଠାନ ପକ୍ଷରୁ ୧୦୦ ବୃଦ୍ଧ ବୃଦ୍ଧାଙ୍କ ପୁରୀ ଗସ୍ତ !


ଢେଙ୍କାନାଳ:   ଜିଲ୍ଲାର ଅଗ୍ରଣି ଅନୁଷ୍ଠାନ ଭାଗ୍ଯ ଥିଲେ ପୁରୀ ଦର୍ଶନ  ଅନୁଷ୍ଠାନ ପକ୍ଷରୁ ୨୯ଟି ପଞ୍ଚାୟତର ୧୦୦ଜଣ ବୃଦ୍ଧା ବୃଦ୍ଧଙ୍କୁ ଜଗନ୍ନାଥ ଦର୍ଶନ ପାଇଁ  ପୁରୀ ଅଭିମୁଖେ ନିଆଯିବ ।

ସେଥି ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଦ୍ୟାଧର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଅଭିମନ୍ୟୁ ଦାସ ବିବରଣି ପାଠ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ ଅର୍ଚ୍ଚନା ପୁହାଣ ବ୍ଲକ ଅଧକ୍ଷ ରୀନାରାଣୀ ଖଟୁଆ , ବିଡିଓ ଆଶିଷ ରଞ୍ଜନ ସାହୁ ଭାରତୀୟ ତୈଳ ନିଗମର ଅଧରକାରୀ ତ୍ରୀନାଥ ସାହୁ   , ଉପଦେଷ୍ଠା କାଳନ୍ଦି ସାହୁ  ଯୋଗଦେଇଥିଲେ । ପ୍ରକାଶ ଚନ୍ଦ୍ର ବାରିକ ମଚଂ ପରିଚାଳନା କରିଥିଲେ । ରମାକାନ୍ତ ସାହୁ , ଅନୁଷ୍ଠାନର କୋଷାଧକ୍ଷ ପ୍ରଭାସ ସାହୁ ସକ୍ରିୟ ସହଯୋଗ କରିଥିଲେ । ଉପସଭାପତି ତାପସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରରେ ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠୀ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

one × two =