ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଓ କୋଭିଡ ସମୀକ୍ଷା !


ଢେଙ୍କାନାଳ  :  ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟ ଓ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ।

ପ୍ରତ୍ୟେକ ବିଦ୍ୟାଳୟକୁ ଆପ୍ରୋଚ ରୋଡ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କର ପୁଷ୍ଟିସାଧନ, ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେବା ସହିତ ପରିଷ୍କାର ଓ ପରିଚ୍ଛନ୍ ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ମଧ୍ୟ ଯତ୍ନବାନ ହେବାକୁ ସେ କହିଛନ୍ତି ।  ବିଦ୍ୟାଳୟରେ ପିଲାମାନଙ୍କ ଉପସ୍ଥାନ ସମୀକ୍ଷା କରିବା ସହିତ ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ନ୍ୟୁଟ୍ରୀ ଗାର୍ଡେନ କରି ପନିପରିବା ଗଛ ଲଗାଇ ଏହାକୁ ମଡେଲ ଅଙ୍ଗନୱାଡି ଭାବେ ଗଢି ତୋଳିବାକୁ କହିଛନ୍ତି । ସ୍କୁଲର ଡ୍ରପ ଆଉଟ ପିଲାମାନଙ୍କୁ ଏବଂ ନାମ ଲେଖାଇ ନଥିବା ଅନ୍ୟ ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବା ନିମନ୍ତେ ଗ୍ରାମାଂଚଳରେ ସଚେତନତା ରଥ ମାଧ୍ୟମରେ ପ୍ରଚାର କରାଇ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି ।

ହକି ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତ୍ୟେକ ବ୍ଳକରେ ଇଚ୍ଛୁକ ୫୦  ଜଣ ଝିଅ ଓ ପୁଅ ପିଲାଙ୍କୁ ବାଛି ସେମାନଙ୍କୁ ହକି ଖେଳ ସାମଗ୍ରୀ ପ୍ରଦାନ ସହିତ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରିବାକୁ ଜିଲ୍ଲା କ୍ରୀଡା ଅଧିକାରୀାଙ୍କୁ କହିଛନ୍ତି । ଜିଲ୍ଲାର ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ଭତା ରାଶି ପ୍ରତ୍ୟେକ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲାପାଳ ଡିଏସଏସଓଙ୍କୁ ନିର୍ଦ୍ଦେଶ ଦେବା ସହିତ ୮୦ ବର୍ଷୀୟ ଉର୍ଦ୍ଧ୍ୱ ହାତୀଧିକାରୀଙ୍କୁ ସେମାନଙ୍କ ଭତା ଘରେ ଦେଇଆସିବାକୁ କହିଛନ୍ତି ।

ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ୫ଟି ଅଧିନରେ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ କର ିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଦ୍ୟାଳୟ ଗୁଡିକର ସ୍ଥାୟୀ ଜମି ପଟ୍ଟାର ବ୍ୟବସ୍ଥା କରିବାକୁ ତହସିଲଦାରମାନଙ୍କୁ କହିଛନ୍ତି । ପ୍ରତ୍ୟେକ ବ୍ଳକରେ ଷ୍ଟାଡିୟମ , ବସଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଜିଲ୍ଲା ସମସ୍ତ ୨୧୨ ଗୋଟି ପଞ୍ଚାୟତରେ ରୁରାଲ ପାର୍କ ନିର୍ମାଣ ନିମନ୍ତେ ବିହିତ କାର୍ଯ୍ୟ କରିବାକୁ କହିଛନ୍ତି ।

ଖଣି ଖଦା୪ନରୁ ବେଆଇନ ଖନନ, ଉତୋଳନ ଏବଂ ଚାଲାଣ ଉପରେ ତୀକ୍ଷ୍‌ଣ ନଜର ରଖି ଦଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱ ଦେବାକୁ ତହସିଲଦାରମାନଙ୍କୁ ଅତିରିକ୍ତ ଜିଲ୍ଲାପାଲ ଶଶାଙ୍କ ଶେଖର ଦାଶ ପରାମର୍ଶ ଦେଇଛନ୍ତି ।  ଜନସାଧାରଣଙ୍କ ସୁବିଧା ନିମନ୍ତେ ସମସ୍‌ାତ ୮ôଟି  ତହସିଲରେ ଆରଆଇ ଅଫିସ ନିର୍ମାଣ ସିତ ରେଭେନ୍ୟୁ ରେଷ୍ଟ ହାଉସ ନିର୍ମାଣ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥତାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି । ଜମିହୀନ ହିତାଧିକାରୀମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି ।

ଗ୍ରାମାଞ୍ଚଳରେ ପାର୍କ, ପୋଖରୀ ଏବଂ ରାସ୍ତା ନିର୍ମାଣ ଉପରେ ଅଧିକ ଧ୍ୟାନଦେଇ ସ୍ଥାୟୀ ସମ୍ପତି ସୃଷ୍ଟି କରିବା ସହିତ ଜିଲ୍ଲାର ଶ୍ରମିକମାନଙ୍କୁ ମନରେଗା ଯୋଜନାରେ ଅଧିକ କାମ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଛନ୍ତି ।  ଜିଲ୍ଲାରେ କରୋନାର ପ୍ରଭାବ କମ ଥିବାରୁ ଜିଲ୍ଲାରେ ଦୈନିକ ସମୁଦାୟ ୧୦୦୦ ଆଂଟିଜେନ ଏବଂ ଆରଟିପିସିଆର ଟେଷ୍ଟ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି । ୧୨ରୁ ୧୪ ବର୍ଷ ବୟସ୍କ ସ୍କୁଲ ପିଲାମାନଙ୍କୁ ଏବଂ ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ସରକାରୀ କର୍ମୀମାନଙ୍କୁ ଅଗ୍ରାଧିକାର ଭିତିରେ ଟୀକାକରଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଭିଡିଓ କନଫରେନ୍ସିଂ ବୈଠକେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଆଇଏଏସ ପ୍ରୋବେସନ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଉପନିର୍ଦ୍ଦେଶକ ପ୍ଲାନିଂ ସରୋଜ କୁମାର ସେଠୀ, ଡିପିଏମ, ଏନଏଚଏମ ସୋନାଲୀ ପ୍ରିୟଦର୍ଶିନୀ, ତହସିଲଦାର ଅନୁପମା ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଆପାତ କାଳୀନ ଅଧିକାରୀ ଶ୍ରୀମୀତୀ ସ୍ନିଗ୍ଧାଛାୟା ମହାପାତ୍ର, ତହସିଲଦାର ଅନୁପମା ମୁର୍ମୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଡିଏସଏସଓ ଶୁଭେନ୍ଦୁ ଖୁଣ୍ଟିଆ, ଓସଡମା, ଡପିଓ ନିମାଇଁ ଚରଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

15 − fourteen =