ଢ଼େଙ୍କାନାଳ : ଭୁବନ ବିଜେଡିର ବରିଷ୍ଠ ନେତା ତଥା ଦୃଢ ସଂଗଠକ ଭାବେ ପରିଚିତ ଅଜୟ କୁମାର ସେଠୀ ଢେଙ୍କାନାଳ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଏବଂ ଯୁବ ନେତା ଶ୍ରୀକାନ୍ତ କୁମାର ସାହୁଙ୍କୁ ଜିଲ୍ଲା ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ଭୁବନ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଅଜୟ କୁମାର ସେଠୀ ୨୦୦୦ ମସିହାରୁ ବିଜେଡି ସହ ସଂପୃକ୍ତ । ଜଣେ ନିଷ୍ଠାପର କର୍ମୀ , ଦୃଢ ସଂଗଠକ ଓ ୟୁଥ ଆଇକନ (ଯୁବ ମାନସର ପ୍ରତୀକ) ଭାବେ ପରିଚିତ । ଶ୍ରୀଯୁକ୍ତ ସେଠୀ ପୂର୍ବରୁ ଦୁଇ ଥର ଜିଲ୍ଲା ବିଜେଡି ସମ୍ପାଦକ ଭାବେ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟକରି ଦଳୀୟ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ଚଳିତ ଥର ଶ୍ରୀ ସେଠୀ ଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିବାରୁ ତାଙ୍କର ମନୋବଳ ଆହୁରି ଦୃଢ ହୋଇଛି ଓ ତାଙ୍କ ଦ୍ୱାରା ଭୁବନରେ ବିଜେଡି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ସାହୁ ମଧ୍ୟ ଜଣେ ସଂଗଠକ ଭାବେ ପରିଚିତ । ଗତ ପୌର ନିର୍ବାଚନରେ ଉଭୟ ତାଙ୍କର ଯୋଗ୍ୟତା ଓ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି ।
ନବୀନ ସରକାରଙ୍କ ଲୋକାଭୀମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକୁ ଘରେ ଘରେ ପହଁଚାଇ ଲୋକଙ୍କୁ ଅବଗତ କରାଇବା ସହିତ ସୁଫଳ ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ସାଂସଦ ମହେଶ ସାହୁ , ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଓ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।