ଢେଙ୍କାନାଳ : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ, ଭୁବନେଶ୍ୱର ଦ୍ୱାରା “ଛାତ” ଯୋଜନା ଉପରେ ଆଧାରିତ ସଚେତନା ମୂଳକ ପଥପ୍ରାନ୍ତ ନାଟକ “ଜଳ ହିଁ ଜୀବନ’ ଅଦ୍ୟ ଢେଙ୍କାନାଳ ସହରସ୍ଥିତ ରଥଗଡା ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ନାଟକ ଢେଙ୍କାନାଳ ପୂର୍ତ ବିଭାଗ ଉପଖଣ୍ଡ ଆନୁକୂଲ୍ୟରେ ଓ ଭୂତତ୍ୱବିତ୍ ଦୋଳଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଯୋଜନାର ବୈଶିଷ୍ଟ୍ୟତା ହେଲା ଛାତ ଉପର ବର୍ଷା ଜଳ ଓ ଅମଳ ଓ ଭୂତଳ ଜଳ ପୁନଃକରଣ କରିବା ପାଇଁ ଉଦ୍ଦିଷ୍ଟ, ୩ ମହଲା ପର୍ଯ୍ୟନ୍ତ ଘରୋଇ କୋଠାଘର ମାଲିକ ଏହି ଯୋଜନାରେ ସାମିଲ୍ ହୋଇପାରିବେ, ଛାତର କ୍ଷେତ୍ରଫଳ ସର୍ବନିମ୍ନ ୫୦୦ ବର୍ଗଫୁଟ ଏବଂ ସର୍ବାଧିକ ୨୧୫୦ ବର୍ଗଫୁଟ ହୋଇଥିବ, ଇଛୁକ କୋଠା ମାଲିକ ୱେବ୍ସାଇଟ୍ ରେ ଆବେଦନ କରିପାରିବେ । ଏହି ଯୋଜନାରେ ଖର୍ଚ୍ଚ କରିଥିବା ରାଶିର ଶତକଡା ୫୦ଭାଗ ଅଥବା ସର୍ବାଧକ ୫୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ରାଶି ନିଜ ବ୍ୟାଙ୍କ ଆକାଉଁଟ୍ରେ ସିଧାସଳଖ ପାଇପାରିବେ । ଅଧିକ ବିବରଣୀ ପାଇଁ ନିକଟସ୍ଥ ଭୂତଳ ଜଳ ଉନ୍ନୟନ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରିଛନ୍ତି ।
ନିର୍ଦ୍ଦେଶକ ରଞ୍ଜନ ରାଉତଙ୍କ ପରିଚାଳନାରେ ଏହି ନାଟକରେ ନିନିତା ସାହୁ, ସସ୍ମିତା ସାହୁ, ଚନ୍ଦନ ମହାପାତ୍ର, ବିକାଶ ରାଉତ, ଗୌରାଙ୍ଗ ଦାସ, ଲିପି ରାଉତ ଅଭିନୟ କରି ଲୋକମାନଙ୍କୁ ଜଳ ସଂପଦ ଉପରେ ସଚେତନତା କରାଇଥିଲେ ।