ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା ରାହାଗିରି ( ପଥ ଉତ୍ସବ) ।
କାଳୀବଜାର ଠାରୁ କଲେଜ ରୋଡ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ , କଲେଜ , ସଂକୀର୍ତନ ମଣ୍ଡଳୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ୩୦ ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ତରଫରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ଭୁବନ ହେଉଛି କଳା , ସାହିତ୍ୟ , ସଂସ୍କୃତି ଗନ୍ତାଘର ।
ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି କଳାର ବିକାଶ କରିବା ଉଦ୍ଦେଶ୍ୟରେ ରାହାଗିରି ଅନୁଷ୍ଠିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ସକାଳ ୮ ଘଟିକା ସମୟରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ ଚାଲିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନୃତ୍ୟ , ଗୀତ କୁ ସହସ୍ରାଧିକ ଦର୍ଶକ ମନଭରି ଉପଭୋଗ କରିବା ସହ ଝୁମିଥିଲେ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦିବା ୧୧ ଘଟିକା ସମୟରେ ପହଁଚି ଉଦଯାପନୀ ଉତ୍ସବରେ ଯୋଗଦେଇ ଭୁରୀ ଭୁରୀ ପ୍ରଶଂସା କରିଥିଲେ ।
ଭୁବନ ମହିଳା ମହାବିଦ୍ୟାଳୟ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ସରସ୍ୱତୀ ଶିଶୁ ମନ୍ଦିର , ମୀରାବାଈ କଳା ବିକାଶ କେନ୍ଦ୍ର ଓ ଭୁବନ କଳା ପରିଷଦ ତରଫରୁ ଆୟୋଜିତ ନୃତ୍ୟ , ଗୀତ, ଅଭିନୟ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପ୍ରଥମ ଥର ପାଇଁ ଅନୁଷ୍ଠିତ ରାହାଗିରି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ତହସିଲଦାର ରୋଜାଲିନ ବେହେରା , ବିଡିଓ କଲ୍ୟାଣ ସୌରଭ ଦାଶ , ଆଇଆଇସି ସୌବାଗ୍ୟ କୁମାର ସ୍ୱାଇଁ , ଏନଏସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅଜୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନ କଳାକାର ମାନଙ୍କ ତରଫରୁ ହକି ବିଶ୍ୱ କପ କୁ ଜୋରଦାର ସ୍ୱାଗତ କରାଯାଇଥିଲା