ଢେଙ୍କାନାଳର : ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡୟମି ରେ୍ ଦୁଇଦିନଧରି ଚାଲିଥିବା ସପ୍ତଶଯ୍ୟା ମହୋତ୍ସବ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗଦେଇ କହିଲେ , ଜିଲ୍ଲାର କଳାସଂସ୍କୃତି ବିକାଶରେ ସାଂସ୍କୃତିକ, ନୃତ୍ଯାନୁଷ୍ଠାନ ଗୁଡ଼ିକର ଉଦ୍ୟମ ପ୍ରଶଂସନୀୟ। ଏହିଧାରା ଆଗକୁଜାରି ରହୁବୋଲି ସାସଂଦ ଆଶାବ୍ୟକ୍ତ କରିଛନ୍ତି ।
ଅନୁଷ୍ଠାନର ସଭାପତି ଶାନ୍ତି ମିଶ୍ରଙ୍କସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସମାରୋହରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ମନ୍ମଥ କୁମାର ରାଉତ, ସୂଚନା ଓ ପ୍ରସାରଣ ବିଭାଗର ପୂର୍ବତନ ନିର୍ଦେଶକ ସୁଶୀଲ କୁମାର ଦାସ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନିଆରା ଲୋକସଂସ୍କୃତି ଢେଙ୍କାନାଳ ଜିଲାକୁଏକାଠି କରିଛି ବୋଲିଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହିଅବସରରେ ଅଭିନୟରେ କୁନି ମିଶ୍ର, ସଙ୍ଗୀତରେ ଡ. ବିଜୟ କୁମାର ଜେନା, ଓଡ଼ିଶୀ ନୃତ୍ୟରେ ଚିତ୍ତରଞ୍ଜନ ଆଚାର୍ଯ୍ୟ, ପୂର୍ଣ୍ଣଶ୍ରୀ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ଖ୍ୟାତନାମା ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ରାଜଶ୍ରୀ ପ୍ରହରାଜଙ୍କୁ ‘ସପ୍ତଶଯ୍ୟା ୟୁଥ୍ ଆଇକନ ଆୱାର୍ଡ ’ ପ୍ରଦାନ କରାଯାଇଥିଲା।
ନୃତ୍ୟ ଏବଂ ଅଭିନୟରେ ଏଏନ୍ପି ଲୋପାମୁଦ୍ରା , ସାଂସ୍କୃତିକ ସଙ୍ଗଠକ ଭାବେ କବି ଅଥୟ କୁମାର ସାହୁଙ୍କ ସମେତ ବିଭିନ୍ନ କ୍ଷତ୍ରରେ ଜିଲ୍ଲାକୁ ଗୌରାବାନ୍ୱିତ କରିଥତ୍ବା ସନ୍ଦୀପ ଷଡ଼ଙ୍ଗୀ, ରାସବିହାରୀ ନାଥ, ଶ୍ରୀନବାସି ବେହେରା ସମ୍ବର୍ଦ୍ଧିତ ହୋଇଥିଲେ। ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।