ଜିଲ୍ଲା ପ୍ରଶାସନ ପକ୍ଷରୁମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଉପଜିଲାପାଳଙ୍କ  କାର୍ଯ୍ୟାଳୟ ପରିସରରେ  ଜିଲ୍ଲା ପ୍ରଶାସନ ପକ୍ଷରୁମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ  ସରୋଜ କୁମାର ସେଠୀ ଓ ଏସ୍‌ପି ଲୋଗାନୟାଗିଦିବ୍ୟା ଭି. ଅଭିଯୋଗ  ଗୁଡିକର ଶୁଣାଣି କରିଥିଲେ। ଶିବିରରେ ୮୧ଟି ଅଭିଯୋଗ  ଗ୍ରହଣ କରାଯାଇଥିବା  ବେଳେ ସେଥିରୁ ୬୨ଟି ଅଭିଯୋଗ  ସମାଧାନ କରାଯାଇଥିଲା।  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିପାଇଁଜଣେ ଓ ରେଡକ୍ରସ ସହାୟତା ପାଣ୍ଠି ପାଇଁ ୯ଜଣ ଆବେଦନ କରିଥିଲେ।

ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)  ରମେଶ ଚନ୍ଦ୍ରସେଠୀ, ଜିଲାପରଷଦି ମୁଖ୍ୟ କାର୍ଯ୍ଯନିର୍ବାହୀ ତନ୍ମୟ କୁମାର ଦରୱାନ,  ଉପଜିଲ୍ଲାପାଳ  ସ୍ନିଗ୍ଧାରାଣୀ ଧଳ, ସଦର ବ୍ଲକ ବିଡିଓ ସୁଧୀର କୁମାର ନାୟକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ  ଶିବିରରେ ଯୋଗ ଦେଇଥିଲେ। 

Leave A Reply

Your email address will not be published.

three × 1 =