ଢେଙ୍କାନାଳ : ଡିସେମ୍ବର ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତନ ଉତ୍ସବରେ ଢେଙ୍କାନାଳ ସାଂଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସମୀର କୁମାର ସାହୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍ଙ୍କ ଠାରୁ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିଛନ୍ତି ।
ଡଃ ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଅଞ୍ଜଳି ମହାପାତ୍ର ଓ ଡଃ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦର୍ଶନ ଶାସ୍ତ୍ରରେ ଭାଗବତ ଗୀତାର “କର୍ମ ବାଦରେ ସ୍ୱାଧୀନତା ଓ ଦାୟିତ୍ୱବୋଧ” ଉପରେ ଗବେଷଣା କରୁଥିଲେ ।
ତାଙ୍କର ସନ୍ଦର୍ଭ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରଫେସର ବାଲ୍ଗଣପତି ଦେବରକୋଣ୍ଡା ଓ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରଫେସର କେ.ସି. ପାଣ୍ଡେଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଡଃ. ସାହୁଙ୍କୁ କୃତିତ୍ୱ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ସୁଧାକର ଜାଲି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ସ୍ନାତୋକତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡଃ.ମୋହିନୀ ମହମ୍ମଦ, କଳା ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳ ସଚିବ ପ୍ରଫେସର ଡଃ ସଚ୍ଚିନ୍ଦ୍ର କୁମାର ରାଉଳ, ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ଆଦିତ୍ୟ କୁମାର ମହାନ୍ତି ଓ ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ୱିବଦ୍ୟାଳୟର ଦର୍ଶନ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ.ଗୋପାଳ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
ଡଃ.ସାହୁଙ୍କ ଡକ୍ଟରେଟ୍ ଡିଗ୍ରୀ ପାଇଁ ତାଙ୍କର ସମସ୍ତ ଶ୍ରେୟ ପତ୍ନୀ ଲୀନା ସାହୁ ଓ କନ୍ୟା ବିପ୍ଲବୀ ବିଜୟିନୀ ସାହୁଙ୍କୁ ପ୍ରଦାନ କରିଛନ୍ତି । ଡଃ.ସାହୁ ବିଧାରପୁର ନିବାସୀ ସ୍ୱର୍ଗତ ଶିକ୍ଷକ ମାୟାଧର ସାହୁ ଓ ନିଶାମଣି ସାହୁଙ୍କ ତୃତୀୟ ପୁତ୍ର ଅଟନ୍ତି ।