ଢେଙ୍କାନାଳ : ଗତ ୧୮ ଓ ୧୯ ଦୁଇଦିନ ଧରି ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ତା’ର ସଙ୍ଗମ ମହୋତ୍ସବ ୨୦୨୨ ସହ ୪ର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରିଅଛି ।
ପ୍ରଥମ ଦିବସ ପ୍ରାରମ୍ଭରେ ଉଦ୍ଘାଟନ ଉତ୍ସବ ସକାଳ ୧୦ ଘଟିକା ସମୟରେ ଢେଙ୍କାନାଳ ପୌରପରିଷଦର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ୩ନଂ ୱାର୍ଡ କାଉନ୍ସିଲର ଅଭିମନ୍ୟୁ ପଣ୍ଡା, ଆମ ପ୍ରତିଭା ଆମ ସମ୍ମାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ, ବରିଷ୍ଠ କଳାକାର ଶତୃଘ୍ନ ମାଟି ପ୍ରମୁଖଙ୍କ କରକମଳରେ ହୋଇଥିଲା ।
ସଂଧ୍ୟା କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପଣ୍ଡିତ ମହେଶ ସାହୁ, ନେହେରୁ ଯୁବକେନ୍ଦ୍ରର ନିର୍ଦ୍ଦେଶକ ଅଶୋକ ଦାଶ, ପୂର୍ବତନ ନଗରପାଳ ମୋନିକା ଶର୍ମା, ସଙ୍ଗମ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଅଂଶଗ୍ରହଣ କରି ଏଭଳି ଭବ୍ୟ ଆୟୋଜନର ପ୍ରଶଂସା କରିବା ସହ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଦ୍ୱିତୀୟ ଦିବସ ଅବସରରେ ତଥା ଉଦ୍ଯାପନ ଅବସରରେ ପୂର୍ବତନ ନଗରପାଳ ସୁନିଲ୍ କୁମାର ଶର୍ମା, ବରିଷ୍ଠ ଶିଳ୍ପୀ ତଥା ଓଡିଶା ଲଳିତ କଳା ଏକାଡେମୀର ସଦସ୍ୟ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ରତନ୍ ନାୟାର, ସଂପାଦକ ସତ୍ୟସ୍ୱରୂପ ଦାସ ପ୍ରମୁଖ ଯୋଗଦାନ କରି ବାର୍ଷିକ ଉତ୍ସବ ଓ ସଙ୍ଗମ ମହୋତ୍ସବର ଦୀର୍ଘ ଜୀବନ କାମନା କରିଥିଲେ । ଆଜିର ଟେକା ସଦୃଶ ଛୋଟ ଛୋଟ କଳାକାରମାନେ ଭବିଷ୍ୟତରେ ଦେଶ ବିଦେଶରେ ନିଜ ନାମକୁ ଉଚ୍ଚ କରିବାକୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ ।
ଶତାଧିକ ପିଲାଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହ ନୀତା ନୃତ୍ୟାଙ୍ଗନା ଶ୍ରେଷ୍ଠ କଳା ସମ୍ମାନ ଅଧ୍ୟାପକ ଡ. ଦେବାନନ୍ଦ ଦାସଙ୍କୁ ପ୍ରଦାନ କରାଯାଇଥିଲା । ସେ ସ୍ୱତନ୍ତ୍ର ଅତିଥି ଭାବରେ ନିକଟ ଭବିଷ୍ୟତରେ ଅନୁଷ୍ଠାନର ଗୁରୁ ଆଶିଷ ପାଲ୍ଙ୍କ ପ୍ରଯୋଜନାରେ ଏକ ସ୍ୱତନ୍ତ୍ର ଟେଲି ଫିଲ୍ମି କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ । ଶେଷରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ, କୀର୍ତନ ଏବଂ ପ୍ରଥମ କରି ମଂଚ ସଂଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଦୁଇଦିନ ଧରି ଝୋଟୀ, ହେହେନ୍ଦୀ, ହୁଳହୁଳି, ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ଦଳନୃତ୍ୟ, ସଂଗୀତମାନଙ୍କର ପ୍ରତିଯୋଗିତା କରାଯାଇଥିଲା । ବହୁ ସୁନାମ ଅର୍ଜନ କରିଥିବା ବିଭିନ୍ନ ବିଭାଗର ଦକ୍ଷ ଶିଳ୍ପୀ କଳାକାରମାନେ ବିଚାରକ ଭାବରେ ଯୋଗଦାନ କରିଥିଲେ । ପ୍ରଥମ ଥର ପାଇଁ ଢେଙ୍କାନାଳ ସହରରେ ଦୁଇଦିନ ଧରି ପ୍ରବଳ ଜନସମାଗମ ଭିତରେ ସଂଗମ ମହୋତ୍ସବ ୨୦୨୨ ପାଳନ ସମସ୍ତଙ୍କୁ ବିମୋହିତ କରିଥିଲା । ଲକ୍ଷ୍ମୀକାନ୍ତ ସାହୁ ଓ ବିଶ୍ୱମ୍ବର ସାହୁ କାର୍ଯ୍ୟକ୍ରମ ମଂଚକୁ ଦୁଇଦିନ ଧରି ସୁନ୍ଦର ଭାବରେ ପରିଚାଳକ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ନୃତ୍ୟଗୁରୁ ସୁଚିସ୍ମିତା ମାନା ସଭାପତିତ୍ୱ କରିଥିବାବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟାମାନେ ସାହାଯ୍ୟ ସହଯୋଗ କରିଥିଲେ ।