ଢେଙ୍କାନାଳ : ଢେଙ୍କାନାଳ ଦେବାଂଶୀ ଡ୍ୟାନ୍ସ୍ ଏକାଡେମୀ ପକ୍ଷରୁ ଆସନ୍ତା ତା୨୪ ଓ ୨୫ ଦୁଇଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମରେ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହେବ ।
ଏହି ଉତ୍ସବ ଉପଲକ୍ଷେ ସମ୍ପାଦକ ଗୌରୀଶଙ୍କର ଦାଶ ସୂଚନା ପ୍ରଦାନ କରି କହିଲେ, ଚଳିତ ବର୍ଷ ମହୋତ୍ସବରେ ପଦ୍ମଶ୍ରୀ ରଞ୍ଜନା ଗହ୍ୱରଙ୍କୁ ମର୍ଯ୍ୟାଦାଜନକ ସପ୍ତଶଯ୍ୟା ସମ୍ମାନ ପ୍ରଦାନ କରାଯିବ । ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଅଭିନେତା ଅସିତ ପତି ଏବଂ କୁନି ମିଶ୍ର, ସଙ୍ଗୀତ କ୍ଷେତ୍ରରେ ଡଃ ବିଜୟ ଜେନା ଓ ପ୍ରୀତିନନ୍ଦା ରାଉତରାୟ ଓ ଓଡିଶୀ ନୃତ୍ୟ କ୍ଷେତ୍ରରେ ଇଂ. ଚିତରଞ୍ଜନ ଆଚାର୍ଯ୍ୟ ଓ ପୁର୍ଣ୍ଣଶ୍ରୀ ରାଉତ ସମ୍ବଦ୍ଧିତ ହେବେ ।
କଣ୍ଠଶିଳ୍ପୀ ବିଭୂ କିଶୋର, ପମି ମିଶ୍ର ଓ ଶାଶ୍ୱତ ତ୍ରିପାଠୀ ଅଭିନେତା ମୃତ୍ୟୁଞ୍ଜୟ ପଣ୍ଡା ଓ ସୋମା ହୋତା, ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋସୀ, ରାଜଶ୍ରୀ ପ୍ରହରାଜ, ସୁବ୍ରତ ଭୂୟାଁ, କ୍ଷଣପ୍ରଭା ପରିଡାଙ୍କୁ ୟୁଥ୍ ଆଇକନ୍ ଆୱାର୍ଡ ରେ ସମ୍ମାନିତ କରାଯିବ । ସମାଜ ସେବା ପାଇଁ ବନ୍ଦନା ହରିଚନ୍ଦନ ଏବଂ ଅଭିନନ୍ଦନ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଜିଲ୍ଲା ପାଇଁ ଗୌରବ ଆଣିଥିା ନାଟକରେ ଶ୍ରୀନିବାସ ମିଶ୍ର, ସଙ୍ଗୀତରେ ରାସବିହାରୀ ନାଥ, ନୃତ୍ୟରେ ଏନ୍ପି ଲୋପାମୁଦ୍ରା, ସେବାରେ ସନ୍ଦୀପ ଷଡଙ୍ଗୀ ଏବଂ ସଂସ୍କୃତି କ୍ଷେତ୍ରରେ ଅଥୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଭୁବନେଶ୍ୱର ପ୍ରଜ୍ଞାନୃତ୍ୟାୟନ ପକ୍ଷରୁ ଓଡିଶୀ ନୃତ୍ୟ, ସୁର୍ଭାଇବ୍ରେସନ୍ ଏବଂ ଅତିଥି କଳାକାରମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ସଙ୍ଗୀତ ଏବଂ ଲାସ୍ୟକଳା ତରଫରୁ ମା’ ମାନଙ୍କର ଏକ ର୍ୟାମ୍ପ ସୋ କାର୍ଯ୍ୟକ୍ରମ ରହିଛି । ଏହାଛଡା ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମାହାରୀ ନୃତ୍ୟ, ଢେମ୍ସା ନୃତ୍ୟ ଏବଂ ସ୍ୱତନ୍ତ୍ର ନୃତ୍ୟନାଟିକା “ଢେଙ୍କାନାଳ ମୋର ଗାଁ” ପରିବେଷଣ କରାଯିବ । ଅନୁଷ୍ଠାନର ସଭାପତି ଶାନ୍ତି ମିଶ୍ର ଉତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।