ଢେଙ୍କାନାଳ : ସହର ଉପକଣ୍ଠ ଜୀବନଜ୍ୟୋତି ବୌଦ୍ଧିକ ଦିବ୍ୟାଙ୍ଗ ସଂସ୍ଥାନ ଠାରେ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଅଛି ।
ଏହି କ୍ରୀଡା ପ୍ରତିଯୋଗିତାରେ ୩୦୦ ପ୍ରତିଯୋଗୀ ୩୦ଟି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗର ବାଲାନ୍ସ, ୱାକିଙ୍ଗ୍ ଓ ଜୁନିୟର ବିଭାଗରେ ହିଟ୍ ଦ ଟାର୍ଗେଟ ପ୍ରତିଯୋଗିତାଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ୍ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭେନ୍ଦୁ କୁମାର ଖୁଂଟିଆ, ଜୀବନ ଜ୍ୟୋତିର ସଭାପତି ଗୋଲକ ବିହାରୀ ସାହୁ, ଇନର ହୁଇଲ୍ କ୍ଲବ୍ର ସଭାନେତ୍ରୀ ଅର୍ଚ୍ଚନା ମହାପାତ୍ର ଓ ସମ୍ପାଦିକା ଈଶ୍ୱରୀ ଝାୱର ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ଛୋଟରାୟ ପରିଚାଳନା କରିଥିଲେ ।
ଜୀବନଜ୍ୟୋତି ଅନୁଷ୍ଠାନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତିଯୋଗିତାର ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସୁକାନ୍ତ କୁମାର ଛୋଟରାୟ, ରମେଶ ଚନ୍ଦ୍ର ପରିଡା, ଆରତୀପ୍ରଭା ସେନାପତି, ଶୁଭସ୍ମିତା ସାହୁ, ଅନିତା ସାହୁ, ଜ୍ୟୋତି ମହାପାତ୍ର, ଲିପିକା କର, ନବକିଶୋର ଡାକୁଆ, ଘନଶ୍ୟାମ ମହନ୍ତ, ଅଙ୍କିତା ରାହା ଓ ପବିତ୍ର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।