ଢେଙ୍କାନାଳ : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ସେକ୍ଟର ୫. ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ସିଜିନରେ ସବ ଜୁନିଅର ବିଭାଗରେ ଢେଙ୍କାନାଳର ରାଜଶ୍ରୀ ସିଂହ ବିଜେତା ହୋଇ ମିସ୍ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି । ଅନୁଷ୍ଠାନର ସଭାପତି ସୁଶାନ୍ତ ରାଉତ ଙ୍କ ଅଧ୍ୟକ୍ଷତା ଓ ଅନୁଷ୍ଠାନର ମୁଖ୍ୟ ଲୀନା ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସର୍ବଶ୍ରୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ପ୍ରଦୀପ୍ତ କୁମାର ଦାସ, ପଦ୍ମିନୀ ପାଣିଗ୍ରାହୀ, ଜାହାଙ୍ଗିର ହକ୍,ଅନୁପ ମୋଦୀ, ଗୁରିନ୍ଦର ସିଂ, ପିଙ୍କୁ ଜୟଶ୍ୱାଲ , ଗଗନ ପଣ୍ଡା ଓ ସନ୍ଥମା ପିଲାଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ମାସରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୩୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୪୦ ଜଣ ପ୍ରତିଯୋଗୀ ଙ୍କୁ ନେଇ ଫାଇନାଲ ରାଉଣ୍ଡ ୧୭ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଏଲିମା କର, ସୋନି ପିଲାଇ, ରାଖି ମଣ୍ଡଳ, ସାଧନା ସାମଲ, ଆଶିଷ ବେହେରା ଓ ଡି ପୂଜା,ଅମ୍ଳାନ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କ ମୂଲ୍ୟାୟନ କରିଥିଲେ । ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତକର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା ।
ସର୍ବଶ୍ରୀ ଶୁଭଜିତ ପଣ୍ଡା, ଦେବଲିନା ରାୟ ଓ ବର୍ଣ୍ଣାଳୀ ରାଉତ ପ୍ରମୁଖ ମଞ୍ଚ ସଂଯୋଜନା କରିଥିବାବେଳେ ଡି ପଦ୍ମିନୀ,ଚିନୁ ରାଉତ, ସୋନୁ ମୁଖାର୍ଜୀ, ପପିଆ ମୁଖାର୍ଜୀ, ମମତା ପାଣିଗ୍ରାହୀ, ଅଂଶୁମାନ ସ୍ୱାଇଁ,ଶୁଭମ ସାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ପ୍ରକାଶଥାଉକି ଯେ, ଢେଙ୍କାନାଳର ରାଜଶ୍ରୀ ସିଂ ହେଉଛନ୍ତି ରାଜ୍ୟ ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି ଙ୍କ ନାତୁଣୀ ଏବଂ ସୁସ୍ମିତା ମହାନ୍ତି ଓ ରଞ୍ଜନ ସିଂ ଙ୍କ ସାନ ଝିଅ ।