ଢେଙ୍କାନାଳ : ଝାଡ଼ଖଣ୍ଡ ରାଜ୍ୟର ଦେଓଘରସ୍ଥିତ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଆୟୋଜିତ ଆନ୍ତର୍ଜାତିକ ମିଡ଼ିଆ ସମ୍ମିଳନୀରେ ଓଡ଼ିଶା ର କାର୍ଯ୍ୟରତ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି।
ଇଣ୍ଡିଆନ ଜର୍ଣ୍ଣଲିସଟ୍ସ ଫେଡରସନ (ଆଇ.ଜେ.ଏଫ.) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିମଳ କୃଷ୍ଣ ଥମ୍ବ ଅଧ୍ୟକ୍ଷତା କରିଥିଲେ।ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ.ଏନ.ଝା ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ।କାନାଡ଼ାର ବରିଷ୍ଠ ସାମ୍ବାଦିକ ଜ୍ଞାନ ଶଙ୍କର ରାଜହଂସ ଓଡ଼ିଶା ର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ପୁଷ୍ପଲତା ସାମଲ, ସୁକୁମାର ରଣା ମାଳବିକା ବେହେରା ସୁନିତା ବେହେରା ରୂପକ ରଞ୍ଜନ ସାହୁ ଙ୍କୁ ମୋମେଣ୍ଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ପୂର୍ବତନ କୃଷି ମନ୍ତ୍ରୀ ରାଜ ପଲିବାର,ରାଷ୍ଟ୍ରୀୟ ମହାସଚିବ ଜୀ. ଶାନ୍ତାରାମ,ସଂଯୋଜକ ଶୈଳେନ୍ଦ୍ର କୁମାର ଝା,ସଚିବ ବି.କେ.ପ୍ରସାଦ ସୋନି,ଓଡ଼ିଶା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଝାରଖଣ୍ଡ ର ସଭାପତି ରାଜୀବ କୁମାର କାର୍ଯ୍ୟକ୍ରମ ଙ୍କୁ ଆୟୋଜନ କରାଇଥିଲେ । ୧୫ଟି ରାଜ୍ୟ ର ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।