ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭୁବନ ର ପ୍ରଥମ ପର୍ଯ୍ୟାୟ ବନବିହାର ଅନୁଷ୍ଠିତ !

ଢ଼େଙ୍କାନାଳ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭୁବନର ପ୍ରଥମ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ସହିଦ୍ ବାଜିରାଉତ ଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁରସ୍ଥ ଉଦ୍ୟାନ ବିଭାଗ ଫାର୍ମ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଶିଶୁ ପ୍ରାରମ୍ଭ ଠାରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୨୭୦ ଜଣ ଶିଶୁ ଏହି ବନବିହାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଗୁରୁଜୀ , ଗୁରୁମା , ପରିଚାଳନା ସମିତି କର୍ମକର୍ତା , ସେବିକା ଓ ବାହନଚାଳକ ଭାଇମାନେ ସପରିବାରେ ଯୋଗଦେଇଥିଲେ । ସବୁଜିମା ପରିବେଶ ମଧ୍ୟରେ ଶିଶୁ ମାନଙ୍କ ଦ୍ୱାରା ନୃତ୍ୟ , ଗୀତ , ପ୍ରଶ୍ନମଂଚ ତଥା ଏକଏ ଅଭିନୟ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ ଘଟିକା ସମୟରେ ଶିଶୁ ମାନେ ସ୍ୱଗୃହକୁ ଫେରିଥିଲେ ।

Leave A Reply

Your email address will not be published.

five × two =