ଢ଼େଙ୍କାନାଳ : ଓଡିଶା ସତ୍ୟ ସନାତନ ପ୍ରଜା ସମିତି ଆନୁକୂଲ୍ୟରେ ଭୁବନରେ ବିଶାଳ ଧର୍ମ ଯାତ୍ରା ଏବଂ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ସମିତିର ରାଜ୍ୟ ସଭାପତି ଇଂ ଦେବାଶିଷ ହୋତା ଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କାଳିବଜାରସ୍ଥିତ ସହିଦ୍ ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରେ ପହଁଚିଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଗ୍ରାହଷ୍ଟେନ୍ସ ଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯାଇ ଷଡଯନ୍ତ୍ରକାରୀଙ୍କ ମୁଖା ଖୋଲିବାକୁ ଆୟୋଜିତ ଧର୍ମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନହାତ୍ନା ଦିଲ୍ଲେଶ୍ୱରାନନ୍ଦ ଦୃଢ ଦାବି କରିଥିଲେ ।
କେନ୍ଦ୍ର ଶିକ୍ଷା ,ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସିବିଆଇ ତଦନ୍ତ ନିମନ୍ତେ ନିବେଦନ କରାଯିବାକୁ ଅନ୍ୟତମ ଅତିଥି ଶ୍ରୀମଦ୍ ବାବା ସୁଦାମ ଦାସ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ହରିନାମର ମହାତ୍ମ୍ୟ ସଂପର୍କରେ ଆଲୋଚନା କରିଥିଲେ ।