ଅଲ୍ ଓଡିଶା ଇ.ପି.ଏଫ୍ ପେନ୍‌ସନର୍ସ ଆସୋସିଏସନ୍ ଢେଙ୍କାନାଳ ଶାଖାର ବାର୍ଷିକ ସମ୍ମିଳନୀ !


ଢେଙ୍କାନାଳ :  ଅଲ୍ ଓଡିଶା ଇ.ପି.ଏଫ୍‌. ପେନ୍‌ସନର୍ସ ଆସୋସିଏସନ୍ ଢେଙ୍କାନାଳ ଶାଖାର ବାର୍ଷିକ ସମ୍ମିଳନୀ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ  ରାଜ୍ୟସ୍ତରୀୟ ସଂଘ ସଭାପତି ଇଂ. ବିଜୟ କୁମାର ଜେନା, ରାଜ୍ୟ ସମ୍ପାଦକ ତଥା ସର୍ବ ଭାରତୀୟ କୋଅର୍ଡିନେସନ୍ କମିଟିର ଉପସଭାପତି ଭାଗ୍ୟଧର ବ୍ରହ୍ମ, ସଚ୍ଚିଦାନନ୍ଦ ସାମନ୍ତରାୟ ରାଜ୍ୟ କମିଟିର ଉପସଭାପତି ଲକ୍ଷ୍ମଣ କୁମାର ନନ୍ଦ, କୋର୍ କମିଟିର କାର୍ଯ୍ୟକାରୀ ସଭ୍ୟମାନେ ଯୋଗଦେଇଥିଲେ । ସର୍ବଭାରତୀୟ ସ୍ତରରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଇ.ପି.ଏଫ୍‌. ପେନ୍‌ସନ୍ ଭୋଗୀ ଯେଉଁଥିରେ ପ୍ରାୟ ଓଡିଶାରୁ ୨ଲକ୍ଷ ପେନ୍‌ସନ୍‌ଧାରୀ ଅଛନ୍ତି ମାସିକ ମାତ୍ର ୧ ହଜାର କିମ୍ବା ତାଠୁ କମ୍ ପେନ୍‌ସନ୍ ପାଉଛନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ ।

ଏହା ମଧ୍ୟ ଦୀର୍ଘ ଦିନରୁ ଯିଏ ଯାହା ପାଉଛନ୍ତି ତା’ର ବୃଦ୍ଧି ହୋଇନାହିଁ । ଏହା ସହିତ ମହଙ୍ଗା ଭତା, ଚିକିତ୍ସା ଭତା କିଛି ଦିଆଯାଉନାହିଁ । କେନ୍ଦ୍ର ସରକାରଙ୍କୁ ଭାରତର ପ୍ରତ୍ୟେକ ସାଂସଦ ଓ ମନ୍ତ୍ରୀଙ୍କ ସହିତ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହାକୁ  ବର୍ଦ୍ଧିତ କରିବା ପାଇଁ ବାରମ୍ବାର ସୁପାରିସ୍ କରିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହି ସ୍ୱଳ୍ପ ପେନ୍‌ସନ୍  ପାଉଥିବା ଯୋଗୁଁ ଏହି ବର୍ଗର ଲୋକମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା କୌଣସି ପ୍ରକାର ସାମାଜିକ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ତେଣୁ ଗତ ୭ ଓ ୮ ତାରିଖରେ ସର୍ବଭାରତୀୟ ସ୍ତରରୁ ପାଖାପାଖି ୧୦ ହଜାର ଇ.ପି.ଏଫ୍‌. ପେନ୍‌ସନଭେଗୀ ମାନେ ଦିଲ୍ଲୀର ଯନ୍ତରମନ୍ତର ଓ ରାମଲିଳା ମଇଦାନରେ ଏକତ୍ରିତ ହୋଇ କେନ୍ଦ୍ର, ସରକାରଙ୍କ ଦୃଷ୍ଟି  ଆକର୍ଷଣ କରିଛନ୍ତି । କେନ୍ଦ୍ର ସରକାର ବଡବଡ ପୁଞ୍ଜିପତିମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ହଜାର ହଜାର କୋଟି ବକେୟା ଛାଡ କରୁଥିବାବେଳେ ପେନସନଭୋଗୀଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଚିନ୍ତା ନକରିବା ଦୁର୍ଭାଗ୍ୟଜନକ ଅଟେ ଓ କେବେ ଏହା ବିଚାର କରାଯିବ ଅପେକ୍ଷାରେ ରହିଛନ୍ତି । ରାଜ୍ୟ ସଭାପତି ଓ ସମ୍ପାଦକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆନ୍ଦୋଳନ ବିଷୟରେ ସଭାରେ ବିସ୍ତୃତ ସୂଚନା ଦେଇଥିଲେ ।

ବାର୍ଷିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କଳକାରଖାନା ଓ ଅର୍ଦ୍ଧ ସରକାର ସଂସ୍ଥାରୁ ନେଇଥିବା ଅବସର ପେନ୍‌ସନ୍ ଭୋଗୀ ଯୋଗ ଦେଇଥିବାବେଳେ ଉପସଭାପତି ହୃଦାନନ୍ଦ ପ୍ରଧାନ, ଶରତ କୁମାର ରଥ, ସମ୍ପାଦକ ସଦାଶିବ ମିଶ୍ର, ଯୁଗ୍ମ ସଂପାଦକ ଉମାଶଙ୍କର ଦାଶ, ଗୋଲକ ବରାଳ, କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ, କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ, ରମେଶ ଚନ୍ଦ୍ର ସାମଲ, ପଠାଣି ପୃଷ୍ଟି, ନିରୋଦ ପଟ୍ଟନାୟକ, ବାଇଧର ଚକ୍ର, ଗୋପିନାଥ ଜେନା, ବାସୁଦେବ ଦେହୁରୀ, ଧୃବ ନାୟକ, ପ୍ରଫୁଲ୍ଲ ପରିଡା, ନିର୍ମଳ ନାୟକ, ଉପଦେଷ୍ଟା ବିରଂଚି କୁମାର ମିଶ୍ର ପ୍ରମୁଖ  ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ  ଓ ଉମାଶଙ୍କର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eight − 3 =