କବୟିତ୍ରୀ ସଂଯୁକ୍ତା ଶରଣ ଙ୍କ କବିତା ପୁସ୍ତକ
“ବହୁବର୍ଣ୍ଣା “ଲୋକାର୍ପିତ !

ଢେଙ୍କାନାଳ : ସହର ସ୍ଥିତ ଗୋପୀନାଥ ଗାର୍ଡେନ ଠାରେ ଏକ ସାରସ୍ୱତ ଉତ୍ସବ ରେ ଢେଙ୍କାନାଳ ର ଯଶସ୍ୱିନୀ କବୀ ଶ୍ରମତୀ ସଂଯୁକ୍ତା ଶରଣ ଙ୍କର ପଞ୍ଚମ କବିତା ପୁସ୍ତକ “ବହୁବର୍ଣ୍ଣା “ଲୋକାର୍ପିତ ହୋଇଅଛି ।

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଙ୍କ ସଂଯୋଜନା ଏବଂ କବୟିତ୍ରୀ ଙ୍କ ସ୍ୱାମୀ ଢେଙ୍କାନାଳ ର ବରିଷ୍ଠ ଆଇନଜୀବୀ ସତ୍ୟପ୍ରିୟ ଶରଣଙ୍କ ସଭାପତିତ୍ୱରେ ଉକ୍ତ ସାରସ୍ୱତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ଆଇଆଇଏମସି ର ନିର୍ଦ୍ଦେଶକ ବିଶିଷ୍ଟ ପ୍ରାଵଂଧିକ ଡଃ ମୃଣାଳ ଚାଟାର୍ଜି, ସମ୍ମାନୀତ ଅତିଥି ଭାବେ ମାସିକ ଚିରନ୍ତନୀ ସାହିତ୍ୟ ପତ୍ରିକା ର ସମ୍ପାଦିକା ତଥା ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଔପନାସିକା ସଂଯୁକ୍ତା ମହାପାତ୍ର, କବୟିତ୍ରୀ ସଂଯୁକ୍ତା ଶରଣ ଯୋଗ ଦେଇ ନିଜ ନିଜର ମତ ଓ ମନ୍ତବ୍ୟ ରଖିଥିଲେ ।

ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡଃ ପୁଷ୍ପଲତା ରଥ ଏବଂ ବିଶିଷ୍ଟ ଗାଳ୍ପିକ ତଥା ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ର ପ୍ରମୁଖ ସୁଶୀଳ କୁମାର ନନ୍ଦ ପୁସ୍ତକ ଟିର ସମୀକ୍ଷା କରିଥିଲେ । ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ସାହିତ୍ୟିକ ପରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଭାପତି ସୋମେନ୍ଦୁ ଶତପଥୀ ପାଠକୀୟ ମତାମତ ରଖିଥିଲେ ।

ଉକ୍ତ ପୁସ୍ତକ ଉନ୍ମୋଚନ ପୂର୍ବରୁ ଅବିନାଶ ପଟ୍ଟନାୟକ ଉପସ୍ଥାପନା ଏବଂ ବିଭାବନା ସାହିତ୍ୟ ପତ୍ରିକା ର ସମ୍ପାଦକ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ନନ୍ଦ ଙ୍କ ପୌରୋହିତ୍ୟ ରେ ଦେବ ପ୍ରସାଦ ସାହୁ ଏବଂ କାଦମ୍ବରୀ ମହାଖୁଡ଼ ଙ୍କ ପ୍ରମୁଖ ପ୍ରାୟ ୩୦ଜଣ କବି /କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଅଶୋକ ପ୍ରସନ୍ନ ଶରଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen + 19 =