ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ : ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଚମ୍ପିୟାନ, ବ୍ରାହ୍ମଣୀ ପବ୍ଲିକ ସ୍କୁଲ ରନର୍ସ-ଅପ !


ଢେଙ୍କାନାଳ : ସହର ଉପକଣ୍ଠ ଗେଙ୍ଗୁଟିଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ପରିସରରେ ଗତ ୧୭ ତାରିଖ ରୁ ୧୮ ତାରିଖ ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୨ ଜିଲ୍ଲା ଶିକ୍ଷା ବିଭାଗ, ସେଁଣଂଟ ଜାଭିୟର୍ସ ହାଇ ସ୍କୁଲ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହୋଇଥିଲା ।

ଏହାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ୧୮ ତାରିଖ ଉଦଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ସଦର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଖେଳ ଘୋଷକ ଅମୀୟ ଚାନ୍ଦ, ସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ.ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ସ୍ୱର୍ଣ୍ଣ, ରୋପ୍ୟ ଏବଂ କାଂସ୍ୟ ପଦକ ପ୍ରଦାନ କରିଥିଲେ ।

ଶେଷରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲ୍‌କୁ ରନର୍ସ-ଅପ୍ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ସବୁଠାରୁ ଅଧିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଣଂଟ ଜାଭିୟର୍ସ ହାଇ ସ୍କୁଲକୁ ବିଜେତା ଘୋଷଣା କରାଯାଇ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି ଦୁଇ ଦିନର ପ୍ରତିଯୋଗିତାରେ ପରିଚାଳକ ଭାବେ  କାର୍ତିକ ଚନ୍ଦ୍ର ମହାପାତ୍ର, ପିତାମ୍ବର ନାହାକ, ଇତିସ୍ମିତା ଚୌଧୁରୀ, ହରପ୍ରିୟା ବେହେରା, ଆସ୍ଥା ଚୌଧୁରୀ, ଅନ୍ୱେଷା ପଣ୍ଡା, ରାଜଲକ୍ଷ୍ମୀ ପଣ୍ଡା, ଟି. ଦିଲୀପ, ଇନ୍ଦ୍ରଜିତ ସାହୁ, ପ୍ରିୟବ୍ରତ ବରାଳ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଜ୍ଞା ପି ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ସୁପରଭାଇଜର ଲିଲି ଜ୍ୟୋତି କେ., ସ୍ୱାତୀ ଶତପଥି, ଭାଇସ୍ ପ୍ରିନ୍ସିପାଲ କାକୋଳି ବୋସ୍ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ, ଗୁରୁଦେବଜୀ ଗୁରୁକୁଳର କୋଚ୍‌,  ରବୀନ୍ଦ୍ର ପରିଡ଼ା, ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏହି ସଫଳ ଆୟୋଜନ ନିମନ୍ତେ ସ୍କୁଲ୍ ମ୍ୟାନେଜିଙ୍ଗ୍ କମିଟି, ଆମେଚର ତାଇକୋଣ୍ଡୋ ଆସୋସିଏସନ୍‌, କୋଚ୍ ଓ ସମସ୍ତ ପରିଚାଳକମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

nineteen − two =