ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !

ଢ଼େଙ୍କାନାଳ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ “ମୋ କଲେଜ ଅଭିଯାନ” ତରଫରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟକ୍ଷ ଅଜିତ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିଥି ଭାବେ ପ୍ରଫେସର ହିମାଂଶୁ ମିଶ୍ର ଙ୍କ ସମେତ ୟୁଇସିଏଚ ନିର୍ଦ୍ଦେଶକ ପ୍ରଫେସର ଖାଁ ,ପ୍ରୋଗ୍ରାମ ମ୍ୟାନେଜର ସ୍ୱାତୀ ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।

“ମୋ କଲେଜ ଅଭିଯାନ” ର ସଂଯୋଜକ ଅଧ୍ୟାପକ ପ୍ରଭାତ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ.ଶ୍ରାବଣୀ ଅଳ୍ପନା ଧନ୍ୟବାଦ ଅର୍ପଣ କରିଥିଲେ ।  

Leave A Reply

Your email address will not be published.

five + three =