ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ !

ଢେଙ୍କାନାଳ: ସହର ଉପକଣ୍ଠ ଜୀବନଜ୍ୟୋତି ବୌଦ୍ଧିକ ଦିବ୍ୟାଙ୍ଗ ସଂସ୍ଥାନ ଠାରେ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଯାଇଅଛି ।

ତିନିଦିନ ଧରି ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକୁ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୁ ସୁଭେନ୍ଦୁ କୁମାର ଖୁଣ୍ଟିଆ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଇନର୍‌ହୁଇଲ୍ କ୍ଲବ୍‌ର ସଭାନେତ୍ରୀ ଅର୍ଚନା ମହାପାତ୍ର ଏବଂ ସମ୍ପାଦିକା ଈଶ୍ୱରୀ ଝାୱାର, ଜୀବନଜ୍ୟୋତିର ସଭାପତି ଗୋଲକ ବିହାରୀ ସାହୁ, ଉତ୍କଳ ଆଜବେଷ୍ଟର ପ୍ରତିନିଧିମାନେ ପ୍ରମୁଖ ଯୋଗଦେଇଥିଲେ ।

ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଜୀବନଜ୍ୟୋତି ଅନୁଷ୍ଠାନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପରିଚାଳନା କରିଥିଲେ । ପ୍ରତିଯୋଗିତା ର ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସୁକାନ୍ତ କୁମାର ଛୋଟରାୟ, ରମେଶ ଚନ୍ଦ୍ର ପରିଡା, ଆରତୀପ୍ରଭା ସେନାପତି, ଶୁଭସ୍ମିତା ସାହୁ, ଅନିତା ସାହୁ, ଜ୍ୟୋତି ମହାପାତ୍ର, ଲିପିକା କର, ନବକିଶୋର ଡାକୁଆ, ଘନଶ୍ୟାମ ମହନ୍ତ, ଅଙ୍କିତା ରାହା ଓ ପବିତ୍ର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen − thirteen =