ଢେଙ୍କାନାଳ : କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ଖେଳପଡିଆ ଠାରେ ଉଦ୍ଯାପିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌରପରିଷଦର ନଗରପାଳ ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଛାତ୍ର ଜୀବନରେ ଏକ ସୁନାଗରିକ ହୋଇ ନିଜର ବିଦ୍ୟାଳୟ ଓ ସର୍ବୋପରି ଜିଲ୍ଲାର ନାମ ଗୌରବାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ବିକାଶ ଦିଗରେ ପୌରପାଳିକ ସର୍ବଦା ଚେଷ୍ଟିତ ବୋଲି କହିଥିଲେ ।
ଏହି ଅବସରରେ ଜିଲ୍ଲାର ଭାରୋତଳନ ପ୍ରଶିକ୍ଷକ ଗୋପାଳକ୍ରୀଷ୍ଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା କ୍ଷେତ୍ରରେ କେନ୍ଦ୍ରୀୟ ବିଦ୍ୟାଳୟର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ର – ଅଭିଭାବକ, ସଂଘ, ଉପସଭାପତି ସୁନିଲ୍ କୁମାର ଦାସ ଯୋଗଦେଇ ଜୀବନର କ୍ରୀଡାର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ କ୍ରୀଡାର ସଫଳତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଛାତ୍ର, ଅଭିଭାବକ ସଂଘର ସଂପାଦକ ଦିଲ୍ଲୀପ କୁମାର ସାହୁ, ସଦସ୍ୟା ଦେବସ୍ମିତା ଦାସ, ଲଖି ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତା ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।