ରାଜ୍ୟରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ସମସ୍ୟା ବିଭାଗୀୟମନ୍ତ୍ରୀଙ୍କୁ ଜଣାଇଲେ ଦୁଇ ସାଂସଦ !

ଢେଙ୍କାନାଳ : ଭାରତର ବିଭିନ୍ନ ରାଜ୍ୟରେ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ସରକାରଙ୍କ ବିନା ସାହାଯ୍ୟରେ ବିଭିନ୍ନ ଜନହୀତକର କାର୍ଯ୍ୟ ସୂଚାରୁ ରୂପେ କରୁଥିବାବେଳେ ଓଡିଶା ରାଜ୍ୟରେ ବିଭିନ୍ନ ଆପାତକାଳୀନ ପରିସ୍ଥିତି ଠାରୁ ଆରମ୍ଭ କରି ସାଧାରଣ ଜୀବନଯାପନ ବେଳେ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ସେମାନଙ୍କର ଜନସେବା ଠିକ୍ ରୂପେ କରିଆସୁଛନ୍ତି ।

କିନ୍ତୁ ସମାଜସେବା କାର୍ଯ୍ୟ ଅନୁଯାୟୀ ସେମାନଙ୍କର ଉଚିତ୍ ପ୍ରାପ୍ୟ ପାଇପାରୁ ନାହାଁନ୍ତି । ଏ ସଂପର୍କରେ ଓଡିଶାର ଦୁଇଜଣ ସଂସଦ ମହେଶ ସାହୁ ଏବଂ ରମେଶ ମାଝୀ ସଂସଦର ୧୧୮ ନଂ ପ୍ରକୋଷ୍ଠରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ବୀରନ୍ଦ୍ର କୁମାରଙ୍କୁ ସାକ୍ଷାତ କରି ସ୍ୱେଚ୍ଛାସେବୀ ସଂଗଠନ ଗୁଡିକର ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହାବ୍ୟତୀତ ରାଜ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅଣଦେଖା କରିବା ସହିତ ସେମାନଙ୍କୁ ଠିକ୍ ଢଙ୍ଗରେ ଅନୁଦାନ ଦିଆଯାଉନାହିଁ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ମନ୍ତ୍ରଣାଳୟର ବିଭାଗୀୟ ଅଧିକାରୀମାନେ ସଂସ୍ଥାଗୁଡିକର କାର୍ଯ୍ୟକୁ ଉପଯୁକ୍ତ ଢଙ୍ଗରେ ତଦାରଖ ନକରି ପାତରଅନ୍ତର ନୀତି ଦେଖାଇ ମନଇଛା ରିପୋର୍ଟ ପ୍ରଦାନ କରୁଛନ୍ତି ।

ଫଳରେ ସେମାନଙ୍କର କାମ କରିବାରେ ବାଧାସୃଷ୍ଟି ହେଉଛି । ଏଥିପାଇଁ ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଯାଉଛି । ତେଣୁ ଏହି ସଂସ୍ଥାଗୁଡିକୁ ସରକାର ଉପଯୁକ୍ତ ଭାବରେ ବ୍ୟବହାର କରି ସେମାନଙ୍କର କାର୍ଯ୍ୟକୁ ସଠିକ୍ ଭାବେ ତଦାରଖ କରି ଅନୁଦାନ ପ୍ରଦାନ କରିବା ପାଇଁ ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ଓ ନବରଙ୍ଗପୁର ସାଂସଦ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିବାର ଢେଙ୍କାନାଳ ସାଂସଦଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର ଜଣାଇଛନ୍ତି ।

Leave A Reply

Your email address will not be published.

twenty − 15 =