ଭୁବନ; ବେଆଇନ ବାଲିଚାଲଣ ଯୋଗୁ ଚାଷଜମି ନଷ୍ଟ ହେଉଥିବାରୁ ଫାଣ୍ଡିରେ ଅଭିଯୋଗ !

ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମ ନୀକଟ ରାମିଆଳ ଓ ବ୍ରାହ୍ମଣୀ ନଦୀ ର ସଂଙ୍ଗମ ସ୍ଥଳଠାରୁ ବେଆଇନ ବାଲିଚାଲଣ ହେଉଥିବା ଯୋଗୁ ସୁରପ୍ରତାପପୁର ପଞ୍ଚାୟତ ଓ ମାର୍ଥାପୁର ପଞ୍ଚାୟତ ମାଳପୁରା ଗ୍ରାମର ଶହେରୁ ଉର୍ଦ୍ଧ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଥିବା ନେଇ ଭୁବନ ଥାନା ଅଧିନ ସୁରପ୍ରତାପପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ଯ କି ମାର୍ଥାପୁର ପଞ୍ଚାୟତ ମାଳପୁରା ମୌଜାଠାରେ ପ୍ରାୟ ସାତଶହ ଏକର ଜମିରେ ସୁରପ୍ରତାପପୁର ଗ୍ରାମର ଏବଂ ମାଳପୁରା ଗ୍ରାମର ପ୍ରାୟ ଶହ ଶହ ଚାଷୀ ବାଦାମ, ବିରି, ମୁଗ,ଶୋରିଷ ଆଦି ଫସଲ କରି ଜୀବିକା ନିର୍ବାହ କରୁଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଭୁବନ ଅଞ୍ଚଳର ବିଭିନ୍ନ ବାଲିଘାଟ ବନ୍ଦ ଥିବା ହେତୁ ଲୋକମାନଙ୍କ ବାଲିର ଚାହିଦା ମେଣ୍ଟାଇବା ଲାଗି ବାଲି ନିଲାମ ଧାରି ଅସମର୍ଥ ହେଉଥିବାରୁ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ମାନେ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଛନ୍ତି । ଯଦ୍ୱାରା ଏହି ମାଳପୁରା ମୌଜାର ଚାଷୀ ନିଜ ବହୁମୁଲ୍ୟ ଫସଲ କ୍ଷତିଗ୍ରସ୍ତ ହେଉଛି । ଅପରପକ୍ଷରେ ଚୋରା ବାଲିଚାଲଣ ରାଜ୍ୟର ରାଜସ୍ବ କ୍ଷତି ଘଟାଉଛି ।
ତେବେ ସ୍ଥାନୀୟ ଚାଷି ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିଛନ୍ତି । ଅପରପକ୍ଷରେ ଚାଷୀମାନଙ୍କ କହିବା କଥା ପ୍ରଶାସନ ପକ୍ଷରୁ ବେଆଇନ୍ ଚୋରାଚାଲାଣ ବନ୍ଦ କରାନଯାଏ ଆଗାମୀ ଦିନରେ ରାଜରାସ୍ତା ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି I

Leave A Reply

Your email address will not be published.

12 + seven =