ଏୟୁସିସି ବ୍ୟାଙ୍କ ୧୨ ନଂ ଜୋନ ସମବାୟ ସମିତି ପରିବାରର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା : ଖୁବ ଶୀଘ୍ର ଏୟୁସିସି ବ୍ୟାଙ୍କ ର ନୂତନ ବିଲଡିଙ୍ଗ ନିର୍ମାଣ ହେବ -ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଢ଼େଙ୍କାନାଳ: ଭୁବନ ପୂର୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ୧୨ ନମ୍ବର ଜୋନ ଅନ୍ତର୍ଗତ ଭୁବନ ଓ ଗଁନ୍ଦିଆ ବ୍ଲକ ସମବାୟ ସମିତି ପରିବାରର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
୧୨ ନମ୍ବର ଜୋନ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣି, ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ରାଜ୍ୟ ସରକାର କୃଷି ଓ କୃଷକ ଙ୍କୁ ସର୍ବଦା ଅଗ୍ରାଧିକାର ଦେଉଛନ୍ତି । କୃଷକ ଙ୍କ ଆୟ ଦ୍ୱିଗୁଣ କରିବାକୁ ପ୍ରୟାସ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ଭଳି ଚାଷୀ ଭାଈ ମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଛି ।
ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଙ୍କ ଦାବିକୁ ଗ୍ରହଣ କରି ଖୁବ ଶୀଘ୍ର ଏୟୁସିସି ବ୍ୟାଙ୍କ ଭୁବନ ଶାଖାର ନୂତନ ବିଲଡିଙ୍ଗ ନିର୍ମାଣ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଘୋଷଣା କରିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଚାଷୀ ଭାଈ ମାନେ ସମବାୟ ସମିତି ଓ ଏୟୁସିସି ବ୍ୟାଙ୍କର ମେରୁଦଣ୍ଡ ।
ଚାଷୀ ଭାଈ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆପଣ ମାନେ କାର୍ଯ୍ୟ କରନ୍ତୁ , ଠିକ ସମୟରେ ସାର , ବିହନ ଯୋଗାଇବା ସହ ଋଣ ମଧ୍ୟ ମଂଜୁର କରନ୍ତୁ । ଚାଷୀ ଙ୍କ ଉନ୍ନତି , ବ୍ୟାଙ୍କ ର ଆର୍ôଥକ ଅଭିବୃଦ୍ଧି ମୂଳ ଲକ୍ଷ୍ୟ ହେଉ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର କୋନ ନିର୍ଦ୍ଦେଶକ ଲଳିତ କୁମାର ସାହୁ , ଭୁବନ ବ୍ଲକ ଆତ୍ମା ଅଧ୍ୟକ୍ଷ ସୁଧାକର ସାହୁ , ଏନଏସି ନଗରପାଳ ଶୁଭେନ୍ଦୁ ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ବରିଷ୍ଠ ବିଜେଡି ନେତା ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ଭୁବନ ସମବାୟ ସମିତି ସଭାପତି ଶଙ୍କର୍ଷଣ ପୃଷ୍ଟି , ବାଲିବୋ ସଭାପତି ମଳୟ କୁମାର ତ୍ରିପାଠୀ , ଭୂଷଳ ସଭାପତି ସହଦେବ ପରିଡା , ମହୁଲପାଳ ସଭାପତି ଲିଲିଆ ବେହେରା , ଗଡନୃସିଂହ ପ୍ରସାଦ ସଭାପତି ପତିତ ପାବନ କଅଁର , ବାରୁଆଁ ସଭାପତି ସ୍ନେହଲତା ଦାଶ , ସୁରପ୍ରତାପପୁର ସଭାପତି ପୁଷ୍ପଲତା ରାଉତ , ମଠକରଗୋଳା ସଭାପତି ନିରଂଜନ ବେହେରା , ମାର୍ଥାପୁର ସଭାପତି ଅଭିମନ୍ୟୁ ମିଶ୍ର , ଜିରାଳ ସଭାପତି ରବି ନାରାୟଣ ଲେଙ୍କା , ବାଇଁଶିଆ ସଭାପତି ସଂଜୀବ ସାମଲ , କରମୂଳ ସଭାପତି ସୁରେଶ ତରାଇ , କାଲୁରିଆ ସଭାପତି ହିମାଦ୍ରି ବିହାରୀ ଦାସ , ଯୋରନ୍ଦା ସଭାପତି ଚିତ ରଂଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଉପରୋକ୍ତ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।