ଢେଙ୍କାନାଳ : ଢେଙ୍କାନାଳରେ ଦୁଇଦିନ ଧରି ଚାଲିଥିବା ଚେସ୍ ଚମ୍ପିୟନ୍ସିପ୍ର ଉଦ୍ଯାପନ ହୋଇଯାଇଅଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ଚେସ୍ ସଙ୍ଘ, ଢେଙ୍କାନାଳସ୍ଥ ଗୋପବନ୍ଧୁ ଟାଉନ୍ ହଲ୍ରେ ଆୟୋଜନ କରିଥିଲେ ।
ଜିଲ୍ଲାର ବିଭିନ୍ନ ବର୍ଗରୁ ପ୍ରାୟ ୫୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ ୧୦ ତାରିଖ ଦିନ ରାଜ୍ୟ ପ୍ରିନ୍ସିପାଲ୍ ସେକ୍ରେଟାରୀ ଓ ଜିଲ୍ଲାପାଳ ଉଦ୍ଘାଟନ କରିଥିବାବେଳେ କାଲି ଏହାର ଉଦ୍ଯାପନ ଉତ୍ସବ ହୋଇଥିଲା । ଏଥିରେ ରାଜ୍ୟର ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଗଙ୍ଗାଧର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ରାଜ୍ୟ ଚେସ୍ ସଂଘର ପୂର୍ବତନ ସଂପାଦକ କୃଷ୍ଣକାନ୍ତ ଶର୍ମା ଓ ବର୍ତମାନର ଉପସଭାପତି ବସନ୍ତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ପ୍ରତିଯୋଗିତାରେ ବିଶାଲ୍ ପଟ୍ଟନାୟକ ଚମ୍ପିୟନ୍ ହୋଇଥିବାବେଳେ ପଦିଲାମ୍ ୟସ୍ବନ୍ତ ରନର୍ସଅପ୍ ହୋଇଥିଲେ ଓ ସୂର୍ଯ୍ୟ ପ୍ରାଞ୍ଜଳ ଇନ୍ଦ୍ରଜିତ୍ ଏସ୍ପି ମୁନା ବେହେରା, ରାଇମୋହନ ପୂର୍ତି, ଋତୁଶ୍ରୀ ଋତୁପ୍ରଭା ସାହୁ, ଅଂଶୁମାନ୍ ଭଟ୍ଟ, ଅମୃତାଂଶୁ ଭଟ୍ଟ, ଶୁଭମ୍ ପଣ୍ଡା ଓ ସୁରଜ ଦେହୁରୀ ଯଥାକ୍ରମେ ତୃତୀୟ ରୁ ଦଶମ ସ୍ଥାନ ଯଥାକ୍ରମେ ବିଜେତା ହୋଇଥିଲେ ।
ସେହିପରି ୭ ବର୍ଷରୁ କମ୍ ବାଳକ ବର୍ଗରୁ ପିୟୁଷ୍ ରାଜ ପରିଡା, ୯ବର୍ଷରୁ କମ୍ ବାଳିକା ବର୍ଗରୁ ତନ୍ଭୀ ମିଶ୍ର ଓ ବାଳକ ସତ୍ୟରଞ୍ଜନ ପୃଷ୍ଟି, ୧୧ବର୍ଷରୁ କମ୍ ବାଳକ ବର୍ଗରୁ ପ୍ରଭୁଦତ ପଣ୍ଡା, ୧୩ବର୍ଷରୁ କମ୍ ବାଳକ ବର୍ଗରୁ ତେଜସ୍ୱୀ ଶାଶ୍ୱତ ମହାପାତ୍ର ନିଜ ନିଜ ବର୍ଗରେ ଚମ୍ପିୟନ୍ ହୋଇଥିଲେ ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ଭାବରେ ସାନ୍ଭୀ ମିଶ୍ର ଓ ଯାନ୍ଭୀ ମିଶ୍ର ଙ୍କୁ ପ୍ରଦାନ କରାଯାଇଥିଲା ।
ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ଓଡିଶାରେ ଚେସ୍ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟ, ଜିଲ୍ଲା ଚେସ୍ ସଂଘର ଉପସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଓ ଜିଲ୍ଲା ଚେସ୍ ସଂଘର ସହସଂପାଦକ ଅଶୋକ କୁମାର ମିଶ୍ରଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।
ଏହି ଉତ୍ସବକୁ ସଭ୍ୟ ଗୋପାଳ ଚନ୍ଦ୍ର ପାତ୍ର ସଂଯୋଜନା କରିଥିବାବେଳେ ସଂଘର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ଶେଷରେ ଉପସଭାପତି ବିଜୟ ଚନ୍ଦ୍ର ମହାପାତ୍ର ସବୁ ପ୍ରତିଯୋଗୀମାନଙ୍କର ମଙ୍ଗଳ କାମନା କରିବା ସହିତ ସମସ୍ତ କର୍ମକର୍ତାଙ୍କୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଅର୍ପଣ କରିଥିଲେ ।