ଢ଼େଙ୍କାନାଳ: ଭୁବନ କାପୁଡିଆ ସମାଜ ତରଫରୁ ଢେଙ୍କାନାଳ ଜିଲ୍ଲା ରାସୋଳ ଶିବ ମନ୍ଦିର ପରିସରରେ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ରାସୋଳ ସଭାପତି ଅକ୍ଷୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଭୁବନ ଏନଏସି ର ପୂର୍ବତନ କାଉନସିଲର ତଥା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ନବ କିଶୋର ଗୁରୁ ଙ୍କୁ କଳିଙ୍ଗ କାପୁଡିଆ ସମାଜ ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଥିଲା ।
ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଦିଲ୍ଲୀପ କୁମାର ଦାସ ଙ୍କ ସମେତ ଜିଲ୍ଲା ସଭାପତି ଖଗେଶ୍ୱର ନାୟକ , ଜିଲ୍ଲା ସଂପାଦକ ଭାସ୍କର ନାୟକ , ଜିଲ୍ଲା ଉପସଭାପତି ବିପିନ ବିହାରୀ ଦାସ , କୋଷାଧ୍ୟକ୍ଷ ଭାଗବତ ନାୟକ , ବରିଷ୍ଠ ସଦସ୍ୟ ସନ୍ତୋଷ ବିହାରୀ , ଅନୁକୂଳ ପୋଥାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଆସନ୍ତା ଜାନୁଆରୀ ୮ ତାରିଖ ରବିବାର ରାସୋଳ ଶିବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସମ୍ମିଳନୀ କାରାଯିବାକୁ ନିଷ୍ପତି ନେଇଥିଲେ ।