ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଡିଆର୍ଡିଏ ସଭାଗୃହରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଜିଲ୍ଲାସ୍ତରୀୟ ବିଶ୍ୱକପ୍ ହକି ପ୍ରତିଯୋଗିତାଙ୍କୁ ଜନ ପ୍ରିୟତା କରିବା ପାଇଁ ଏକ ବୈଠକର ଆୟୋଜନ କରାଯାଇଥିଲା ।
ଜିଲ୍ଲାପାଳ ବିଦ୍ୟାଳୟ୍, ବ୍ଲକ୍ ଓ ଜିଲ୍ଲାରେ କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ବିଶ୍ୱକପ୍ ହକିକୁ ଜନପ୍ରୀୟତା କରିବା ପାଇଁ ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ, ଶାରୀରିକ ଶିକ୍ଷା ନୀରିକ୍ଷକ ଓ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ଦ୍ରୋଣାଚାର୍ଯ୍ୟ ଭାବରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ କ୍ରୀଡାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଶାରୀରିକ ଶିକ୍ଷା ନୀରିକ୍ଷକ ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ ମହାନ୍ତି, ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ପିଡିଡିଆରଡିଏ ତନ୍ମୟ କୁମାର ଦରୱାନ୍, ଅତିରିକ୍ତ ପିଡିଡିଆର୍ଡିଏ ସରୋଜ ଦତ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ବିଶ୍ୱକପ୍ ହକିର ଜନପ୍ରିୟତା ସହିତ ଓଲିକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟ ସମ୍ପାଦନ ପଦ୍ଧତି ଓ ଯୋଜନା ପ୍ରସ୍ତୁତ କରିଥିଲେ ।
ସର୍ବଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।